Odia News Portal

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ୮ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ମୁଜାଫରପୁର() ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁଜାଫରପୁର ଜିଲ୍ଲା କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟର ନିର୍ଦ୍ଦେଶ ମୁତାବକ, ୮ ଜଣ ଫିଲ୍ମ ସେଲିବ୍ରିଟି ନିଜେ କିମ୍ବା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ପଡ଼ିବ । ହାଜର ହେବାର ଅନ୍ତିମ ତାରିଖ ଅକ୍ଟୋବର ୭ ତାରିଖ ରହିଛି । ଜିଲ୍ଲା କୋର୍ଟର ଆଦେଶ ମୁତାବକ, ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ୍ ନାଡିୟାଡବାଲା, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଭୁଷଣ କୁମାର ଏବଂ ଦିନେଶ ବିଜୟନଙ୍କୁ ଅକ୍ଟୋବର ୭ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବାବଦରେ ସମସ୍ତ ୮ ସେଲିବ୍ରିଟିଙ୍କୁ କୋର୍ଟ ନୋଟିସ ପଠାଇସାରିଛି । ଏହି ଫିଲ୍ମ ସେଲିବ୍ରିଟିଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଜା ଅଭିଯୋଗ ଆଣି ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଥିଲେ ।