Odia News Portal

ଏହି ଫିଲ୍ମକୁ ୩ସେନା ମୁଖ୍ୟ ଦେଖିଲେ ଏକାଠି, ଜାଣନ୍ତୁ କାହିଁକି

ମୁମ୍ବାଇ()  ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍ ଓ୍ବାରିୟର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି।

ସୂଚନା ମୂତାବକ ଏହି ଫିଲ୍ମ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ୟ୍ୟନ୍ତ ତାନାଜୀ ୧୬୭. ୪୫ କୋଟି ଟଙ୍କା ଆୟ କରିସାରିଛି। ଅନ୍ୟପଟେ ଏହି ଫିଲ୍ମ ଏବେ ଇତିହାସ ରଚିଛି। କାରଣ ୩ସେନା ମୁଖ୍ୟ ଏକାଠି ମିଶି ଏହି ଫିଲ୍ମକୁ ଦେଖିଛନ୍ତି। ଅବସର ନୌସେନା ଅଧିକାରୀ ହରିନ୍ଦର ସିକ୍କା ଏନେଇ ଟୁଇଟ କରି କହିଛନ୍ତି, ତାନାଜି ଇତିହାସ ରଚିଛି। ୩ସେନା ପ୍ରମୁଖ ନୌସେନା ମୁଖ୍ୟ, ସେନା ମୁଖ୍ୟ ଓ ବାୟୁସେନା ମୁଖ୍ୟ ଏକାଠି ମିଶି ଅଜୟ ଓ କାଜୋଲଙ୍କ ଅଭିନୀତ ଫିଲ୍ମ ତାନାଜୀ ଦେଖିଛନ୍ତି। ୩ସେନାଙ୍କ ସହ ଅଜୟଙ୍କ ଏକ ଫଟୋକୁ ହରିନ୍ଦର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅପରପକ୍ଷେ ଅଜୟ ମଧ୍ୟ ଟୁଇଟ କରି ୩ସେନା ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।