ଲୋକପ୍ରିୟ ଧାରାବାହିକ ‘ଭାବୀଜୀ ଘର୍ ପର୍ ହୈ’ରେ ‘ଅଙ୍ଗୁରୀ ଭାବୀ’ ଚରିତ୍ରରେ ଚିହ୍ନାମୁହଁ ପାଲଟିବା ପରେ ବିଗ୍ବସ୍-୧୧ ବିଜେତା ହୋଇଥିବା ଅଙ୍ଗୁରୀ ଭାବୀ ମଙ୍ଗଳବାର କଂଗ୍ରେସରେ ମିଶିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ସଞ୍ଜୟ ନିରୂପମଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି।
୪୨ ବର୍ଷ ବୟସରେ ଉପନୀତ ହୋଇସାରିଥିବା ଶିଳ୍ପା ଯଦିଓ ୧୯୯୯ ମସିହାରୁ ଟିଭି କ୍ୟାରିଅର ଆରମ୍ଭ କରିଥିଲେ, ସେ ‘ଭାବୀଜୀ ଘର୍ ପର୍ ହୈ’ରେ ଲୋକପ୍ରିୟ ହୋଇଥିଲେ। କିନ୍ତୁ ୨୦୧୬ ମସସିହାରେ ପ୍ରଯୋଜକଙ୍କ ସହିତ କୌଣସି ମତାନ୍ତର କାରଣରୁ ସେ ଶୋ’ ଛାଡ଼ିଥିଲେ।
Sign in
Sign in
Recover your password.
A password will be e-mailed to you.