Odia News Portal

ପରାଗ ବଦଳାଇଲେ ଟ୍ୱିଟରର ଏହି ନିୟମ


ଆଜି କାଲି ଯୁଗରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ସେହିଭଳି ଟ୍ୱିଟର ମଧ୍ୟ କେ ଲୋକପ୍ରିୟ ଆପ ଅଟେ । ଏହି ଆପ ଦ୍ୱାରାଲୋକମାନେ ନିଜକୁ ସବୁବେଳେ ଅପଡେଟ ରଖି ପାରୁଛନ୍ତି । ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଦିନ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ନିଯୁକ୍ତ ହୋଇଛନ୍ତି।
ପରିଚାଳନା କାର୍ଯ୍ୟଭାର ପରାଗ ନେବା ପରେ କିଛି ନୂଆ ନିୟମ ଜାରୀ ହୋଇଛି । ସେ କହିଛନ୍ତି ଜଣଙ୍କର ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେହି ବ୍ୟକ୍ତିଙ୍କ ବିନା ଅନୁମତିରେ କେହି ଟ୍ୱିଟର ବ୍ୟବହାର କରିପାରିବେ ନାହିଁ । ବିରୋଧୀ ମାନଙ୍କ ଉତ୍ପିଡନକୁ ନେଇ ଏଭଳି କରାଯାଇଛି । .
ନୂଆ ନିୟମ ଅନୁଯାୟୀ କେବଳ ପ୍ରମୁଖ ଚେହେରାଙ୍କ ଛଡା ଯଦି ଅନ୍ୟ କୈଣସି ୟୁଜର୍ସ ଫଟୋ ତାଙ୍କ ନପଚାରିକି ଟ୍ୱିଟରରେ ବୟବହାର କରନ୍ତି ତେବେ ସେ ଫଟୋକୁ ଟ୍ୱିଟର ହଟାଇ ଦେବ । ଏବେ ନିଜର ବ୍ୟକ୍ତିଗତ ସୂଚନା ପ୍ରଚାର କରିବା ପାଇଁ ବାଧ୍ୟ କରିବା ବା କାହାକୁ ଏଥିପାଇଁ ପ୍ରୋତ୍ସାହନ ଦେବା ଗୋପନୀୟତା ନୀତିରେ ଅନ୍ତର୍ଭୁକ୍ତ।