Odia News Portal

ଖଜୁରୀ ଖାଇଲେ ଦୂର ହୁଏ ଏହି ସବୁ ସମସ୍ୟା

ଶରୀର ପାଇଁ ଖଜୁରି ବେଶ୍ ଲାଭଦାୟକ । ଏଥିରେ ଫାଇବର, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି । ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା କମଥାଏ ସେମାନେ ଖଜୁରି କୋଳି ଖାଇବା ନିହାତି ଆବଶ୍ୟକ ହୋଇଥାଏ । ଆଉ ଖଜୁରି କୋଳିରେ ଭିଟାମିନ-ସିର ମାତ୍ରା ଅଧିକ ଥୁବାରୁ ଏହା ଆମ ରକ୍ତରେ ହିମୋଗ୍ଲୋବିନ ମିସେଇବାର ସହାଯ୍ୟ କରେ ଭଲ ଫଳ ପାଇଁ ଆପଣ ଖଜୁରୀକୁ ସକାଳୁ ଏହାକୁ କ୍ଷୀର ସହିତ ସେବନ କରି ପାରିବେ ।
ତେବେ ଏହାର ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।

-ବ୍ରେକଫାଷ୍ଟରେ ଖଜୁରିକୁ ଆମେ ବୟବହାର କରିପାରିବା । ଏହାକୁ ଖାଇବା ଦ୍ୱାରା ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ ।
-ଏହାସ୍ନାୟୁକୋଷ ଓ ମସ୍ତିଷ୍କ କୋଷକୁ ପୋଷକ ତତ୍ତ୍ୱ ଯୋଗାଏ
-ଖଜୁରି ଖାଇବା ଦ୍ୱାରା ଏହା ଗ୍ୟାଷ୍ଟ୍ରିକ୍ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ ।
-ଏହାକୁ ଖାଇଲେ ଏସିଡିଟି ସନ୍ତୁଳିତ ଅବସ୍ଥାରେ ରହିଥାଏ ।
-ଅସ୍ଥିଗୁଡିକୁ ଶକ୍ତ କରିବା ସହ ଓଜନ କମାଇବାରେ ଅନେକାଂଶରେ ସହାୟକ ହୋଇଥାଏ ଖଜୁରି ।
-ଗର୍ଭବତୀଙ୍କ ପାଇଁ ଏହା ମଧ୍ୟ ବେଶ୍ ଉପକାରୀ ।