Odia News Portal

ସରକାରୀ ଚାକିରୀ ପାଇବାକୁ ତାମିଲ ଭାଷା ପାସ କରିବା ଜରୁରୀ

ଏଣିକି ତାମିଲନାଡୁରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ ଭାଷାରେ କୃତକାର୍ଯ୍ୟ ହେବାକୁ ପଡିବ | ଯଦି ଜଣେ ତାମିଲ ଭାଷାରେ ପାସ କରିପାରିବ ନାହିଁ ତେବେ ସରକାରୀ ଚାକିରି ପାଇପାରିବ ନାହିଁ | ତାମିଲନାଡୁ ସରକାର ରାଜ୍ୟର ସରକାରୀ ସେବା ଓ ସରକାରୀ ଉଦ୍ୟୋଗରେ ଚାକିରି ପାଇଁ ତାମିଲ ଭାଷାରେ ପରୀକ୍ଷା ଦେବା ବାଧ୍ୟତାମୂଳକ କରିଛନ୍ତି। ଏହି ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ପାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩ ଶୁକ୍ରବାର ଦିନ ରାଜ୍ୟ ସରକାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି |

ଅର୍ଥମନ୍ତ୍ରୀ ପଲାନିଭେଲ ତ୍ୟାଗରାଜନ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରମର ସମ୍ମାନ, ଶ୍ରମର ମୂଲ୍ୟ ଆମେ ଭଲ ଭାବରେ ବୁଝିପାରୁ । ଆଠ କୋଟି ଜନସଂଖ୍ୟା ମଧ୍ୟରୁ କେବଳ ନଅ ଲକ୍ଷ ସରକାରୀ ଚାକିରି ଥିବାବେଳେ ସରକାରୀ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଠିକ୍ ଭାବରେ ନିଯୁକ୍ତି ଦିଆଯିବା ଆବଶ୍ୟକ | ତେବେ ଏହି ନିୟମ ଘରୋଇ କମ୍ପାନୀ କ୍ଷେତ୍ରରେ ଲାଗୁ ହେବ ନାହିଁ |