Odia News Portal

ହଜମ ସମସ୍ୟାକୁ ଦୁର କରିବା ପାଇଁ ଖ।।ଆନ୍ତୁ କିସମିସ୍‌

ଦହି ଏବଂ କିସମିସ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ । କିସମିସରେ ଆଇରନ, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଅଛି । ଏଥି ସହିତ, ଦହିରେ କ୍ୟାଲସିୟମ୍, ପ୍ରୋଟିନ୍, ଲାକ୍ଟୋଜ୍, ଆଇରନ୍, ଫସଫରସ୍, ରାଇବୋଫ୍ଲାଭିନ, ଭିଟାମିନ୍ ଈ୬ ଏବଂ ଭିଟାମିନ୍ ଈ୧୨ ପରି ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ । ଯଦି ଆପଣ ଏହି ଦୁଇଟିକୁ ଏକାସାଙ୍ଗରେ ଖାଇବେ ତେବେ ଆପଣଙ୍କୁ ଭରପୂର ମାତ୍ରାରେ ପୋଷଣ ମିଳିବ ।
ରୋଗ ପ୍ରତିରୋଧକ ଶକ୍ତି:
ଦହି ଏବଂ କିସମିସ୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କୁ ସୁସ୍ଥ ରଖେ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ ଜ୍ଝ
ହଜମ:
ଯଦି ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ଦହି ଏବଂ କିସମିସ୍ ଖାଇବା ଦ୍ୱାରା ମଧ୍ୟ ଆପଣଙ୍କ ପାଇଁ ଲାଭ ହେବ । ଏହି ଦୁଇଟି ଜିନିଷରେ ପ୍ରଚୁର ଫାଇବର ଅଛି, ଯେଉଁଥିପାଇଁ ହଜମ ସଠିକ୍ ଭାବରେ ହୋଇଥାଏ ଜ୍ଝ କୋଷ୍ଠକାଠିନ୍ୟ ସମସ୍ୟାରେ ଯଦି ଆପଣ ଅସୁବିଧାରେ ପଡ଼ନ୍ତି, ତେବେ ଦହି ଏବଂ କିସମିସ୍ ନିଅନ୍ତୁ । ଏଥିରେ ଆପଣଙ୍କର ଫାଇଦା ହେବ ।
ଦହି ଓ କିସମିସ୍ ଖାଇବା ଦ୍ୱାରା ଚର୍ମ ସମସ୍ୟା ଦୂର ହୋଇଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଚର୍ମ ସହିତ ଜଡିତ ସମସ୍ୟା ଦୂର ହୋଇଯିବ ।
ଏଜର୍ନି:
ଯଦି ଆପଣ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଦହି ଓ କିସମିସ୍ ଖାଆନ୍ତୁ । ଏହା ଏନର୍ଜି ବଢ଼ାଇବାରେ ସାହାର‌୍ୟ୍ୟ କରିଥାଏ ।
ରକ୍ତହୀନତା:
ଯଦି କାହାର ଶରୀରରେ ରକ୍ତର ମାତ୍ରା କମ୍ ଅଛି ତେବେ ସେ ଦହି ଓ କିସମିସ୍ ଖାଇବା ନିହାତି ଦରକାର,କାରଣ ଏହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ।
ପେଟ ସମସ୍ୟା:
କିସମିସ୍ ସହିତ ଦହି ମିଶାଇ ପ୍ରତିଦିନ ସକାଳେ ଖାଲି ପେଟରେ ଖାଆନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ଏକ ସକରାତ୍ମକ ଶକ୍ତି ପ୍ରବାହିତ ହେବ। ଦିନସାରା ତାଜା ରହିବେ। ଏହା ସହ ମୂତ୍ରନଳୀ ସଂକ୍ରମଣ ସହିତ ଲଢିବାରେ ପ୍ରଭାବଶାଳୀ ଅଟେ ।