Odia News Portal

ପିଉଛନ୍ତି କି ଏହି ସବୁ ପାନୀୟ ହୋଇଯାଆନ୍ତୁ ସାବଧାନ, ବଢ଼ିପାରେ ଶରୀରରେ ସୁଗାରର ମାତ୍ରା

ଆଜିକାଲି ଘରେ ଘରେ ଡାଏବେଟିସ ଓ ରକ୍ତଚାପ ରୋଗୀ। ଡାଏବେଟିସ୍ ରୋଗୀଙ୍କୁ ନିଜ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଡାଏବେଟିସ୍ ରୋଗୀ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ତେବେ ଡାଏବେଟିସ ରୋଗୀଙ୍କ ପାଇଁ ସବୁଠାରୁ ହାନିକାରକ ପାନୀୟ । ଡାଏବେଟିସ୍ ରୋଗୀ ଜିରୋ କ୍ୟାଲୋରୀ ବା କମ୍ କ୍ୟାଲୋରୀଯୁକ୍ତ ପାନୀୟ ସେବନ କରିବା ଉଚିତ। ତେବେ ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିବାକୁ ଅନେକ ଉପାୟ ଅଛି କିନ୍ତୁ ଏଥିପାଇଁ ନିଜ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ ରଖିବାକୁ ସୁସ୍ଥ ପାନୀୟ ଅତ୍ୟନ୍ତ ଲାଭଦାୟକ। ତେବେ ଡାଏବେଟିସ୍ ରୋଗୀଙ୍କ ପାଇଁ କେଉଁ କେଉଁ ପାନୀୟ ଅସ୍ୱାସ୍ଥ୍ୟକର ଜାଣନ୍ତୁ :

୧. ନିୟମିତ ସୋଡ଼ା – ଡାଏବେଟିସ୍ ରୋଗୀଙ୍କ ପାଇଁ ନିୟମିତ ସୋଡ଼ା ସେବନ କରିବା ଅନୁଚିତ। ସୋଡ଼ାରେ ବହୁ ମାତ୍ରାରେ କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ୍ସ ରହିଛି। ଏହା ଓଜନ ମଧ୍ୟ ବଢ଼ାଇଥାଏ । ସୋଡ଼ା ବଦଳରେ ଆପଣ ଚିନି ମୁକ୍ତ ଫଳ ରସ, ପାଣି କିମ୍ବା ଚା’ ପିଇ ପାରିବେ।

୨. ଏନର୍ଜି ଡ୍ରିଙ୍କ – ଏନର୍ଜି ଡ୍ରିଙ୍କରେ କ୍ୟାଫିନ୍ ଓ କାର୍ବୋହାଇଡ୍ରେଟ ଭରପୂର ମାତ୍ରାରେ ରହିଥାଏ | ଯାହା ରକ୍ତରେ ସୁଗାରର ମାତ୍ରା ବଢାଇଥାଏ । ଏହା ଟାଇପ୍-୨ ଡାଏବେଟିସ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ଏହିସବୁ ପାନୀୟର ସେବନ ଡାଏବେଟିସ ରୋଗୀଙ୍କ ପାଇଁ ଉଚିତ ନୁହେଁ ।

୩. ମିଠା ଫଳ ରସ – ଅଧିକାଂଶ ଫଳ ରସରେ କାର୍ବୋହାଇଡ୍ରେଟ୍ସ ରହିଥାଏ । ଫଳରେ ଥିବା କାର୍ବୋହାଇଡ୍ରେଟ୍ସ ରକ୍ତରେ ସୁଗାରର ମାତ୍ରା ବୃଦ୍ଧି କରିଥାଏ ଏବଂ ଓଜନ ମଧ୍ୟ ବୃଦ୍ଧି କରିଥାଏ। ଫଳ ରସ ସେବନ କରିବାକୁ ଚାହୁଁଥିଲେ ମିଠା ମୁକ୍ତ କିମ୍ବା ୧୦୦ ପ୍ରତିଶତ ଶୁଦ୍ଧ ଫଳ ରସ ସେବନ କରିପାରିବେ ଯେଉଁଥିରେ ସୁଗର ନଥିବ।