Odia News Portal

ଅନିଲ କପୁର ଅଛନ୍ତି ଅସୁସ୍ଥ, ଜର୍ମାନୀରେ ଚାଲିଛି ଚିକିତ୍ସା

ଅସୁସ୍ଥ ହୋଇ ପଡ଼ିଛନ୍ତି ବଲିଉଡର ମିଷ୍ଟର ଝକାସ ଅନିଲ କପୁର । ୬୦ ପରେ ବି ଚଳଚଞ୍ଚଳ ରହୁଥିବା ତଥା ସବୁବେଳେ ବିନ୍ଦାସ ରହୁଥିବା ମିଷ୍ଟର ଇଣ୍ଡିଆ ଏବେ ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି। ଏକ ଭିଡଓ ଶେଆର କରି ଏ ନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଏଭରଗ୍ରୀନ୍‌ ଅନିଲ କପୁର।

ଇନଷ୍ଟାରେ ଶେଆର କରିଥିବା ଭିଡିଓରେ ଅନୀଲ ବରଫ ଆଚ୍ଛାଦିତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାହାର ମଜା ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସେ ଲେଖିଛନ୍ତି- “ବରଫରେ ଏକଦମ ପରଫେକ୍ଟ ୱାକ୍‌। ଜର୍ମାନୀରେ ଶେଷ ଦିନ । ମୋ ଚିକିତ୍ସାର ଶେଷ ଦିନରେ ଡା.ମୁଲରଙ୍କୁ ସାକ୍ଷାତ ନିମନ୍ତେ ଯାଉଛି। ତାଙ୍କ ଯାଦୁ ସ୍ପର୍ଶ ପାଇଁ ତାଙ୍କ ପ୍ରତି ସବୁ ଦିନ ଲାଗି କୃତଜ୍ଞ।”