Odia News Portal

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା


ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଚଳିତ ବର୍ଷ ୨୬ ଦିନ ଚାଲିବ ବିଧାନସଭା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ୧ ରୁ ୩୧ ପର୍ୟ୍ୟନ୍ତ ଚାଲିବ । ମୋଟ ୨୬ ଦିନ ଚାଲିବ ଚଳିତ ଅଧିବେଶନ । ବିଧାନସଭା ୧୦.୩୦ ରୁ ଆରମ୍ଭ ହୋଇ ୧.୩୦ ପର୍ୟ୍ୟନ୍ତ ଚାଲିବ । ଏହାପରେ ଅପରାହ୍ନ ୪ ଟାରୁ ୬ଟା ଚାଲିବ । ଅର୍ଥାତ ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ପ୍ରଥମ ଦିନ ବିଧାନସଭା ୧୧ ଟାରେ ଆରମ୍ଭ ହେବ । ସଂଧ୍ୟା ୫ ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ ଆଲୋଚନା ହେବ । ବିରୋଧୀଙ୍କୁ ୫୫ ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳକୁ ୩୫ ମିନିଟ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଦିନ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ ।