Odia News Portal

ଶୀତ ଦିନେ ନଡ଼ିଆ ତେଲର ଉପକାରିତା

ଶୀତଦିନେ ଆପଣ ରୂପି ଏବଂ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି, ତା’ହେଲେ ଆଜି ଆମେ ଆପଣଙ୍କୁ ଏହାର ସରଳ ସମାଧାନ ବିଷୟରେ କହିବୁ। ଏ ସବୁ ସମସ୍ୟାକୁ ଚୁଟକିରେ ଦୂର କରିବ ନଡ଼ିଆ ତେଲ। ଆପଣ ଚାହିଁଲେ ଏହାକୁ ନିଜ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଚେହେରା ପାଇଁ ମଧ୍ୟ ଉପଯୋଗ କରିପାରିବେ। ନଡ଼ିଆ ତେଲ ଆପଣଙ୍କୁ ସବୁ ଦିଗରୁ ତୁରନ୍ତ ଆରାମ ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଏହାର ଚମତ୍କାରୀ ଲାଭ ବିଷୟରେ।

୧. ଯଦି ଆପଣ ଥଣ୍ଡା, ଜ୍ୱରରେ ପୀଡିତ, ତେବେ କ୍ୟାମୋମିଲ ଟି ରେ ଏକ ଚାମଚ ନଡ଼ିଆ ତେଲ ମିଶାଇ ପିଅନ୍ତୁ।

୨. ନଡ଼ିଆ ତେଲ ଆପଣଙ୍କ ଶିଶୁକୁ ଡାଇପର ରାସେସରୁ ଛୁଟକାରା ଦେବ। ଯେତେବେଳେ ବି ଆପଣ ଡାଇପର ବଦଳାଇବେ, ପ୍ରଭାବିତ ସ୍ଥାନରେ ନଡ଼ିଆ ତେଲ ଲଗାଇବେ। ଏହା ରାସେସରୁ ବର୍ତ୍ତିବା ପାଇଁ ଉତ୍କୃଷ୍ଟ ତରିକା।

୩. ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ ପ୍ରତ୍ୟେକ ରାତିରେ ମୁଣ୍ଡରେ ହାଲୁକା ଭାବେ ମାଲିସ କରନ୍ତୁ। ଏମିତି ସପ୍ତାହେ ପର‌୍ୟ୍ୟନ୍ତ କଲେ କେଶର ଶୁଷ୍କପଣ ଦୂର ହୋଇଯିବ। ଏପରିକି କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯିବ।

୪. ନଡ଼ିଆ ତେଲରେ ଲେମ୍ବୁ ରସ ଏବଂ କର୍ପୂର ମିଶାଇ ମୁଣ୍ଡରେ ମାଲିସ କଲେ କେଶ ରୋଗ ସବୁ ଭଲ ହୋଇଯାଇଥାଏ।

୫. ନଡ଼ିଆ ତେଲର ଯେ ଏତେ ଭଲ ଗୁଣ ରହିଛି ତାହା ଅନେକ ଜାଣି ନ ଥିବେ । ନଡ଼ିଆ ତେଲକୁ ନାଭିରେ ଲଗାଇଲେ ଅନେକ ସୁଫଳ ମିଳେ । ଆୟୁର୍ବେଦ ଅନୁଯାୟୀ ନାଭିରେ ନଡ଼ିଆ ତେଲ ଲଗାଇବା ସ୍ୱାସ୍ଥ୍ୟ ଓ ସୌନ୍ଦର‌୍ୟ୍ୟ ମିଳିବା ସହ ଅନ୍ୟ ଲାଭ ବି ମିଳେ ।

୬. ତା’ଛଡ଼ା ଯଦି ଆପଣ ନିୟମିତ ଭାବରେ ନାଭିରେ ନଡ଼ିଆ ତେଲ ଲଗାନ୍ତି ତେବେ ଏହା ଆପଣଙ୍କ ହାଡ଼ ଓ ଆଣ୍ଠୁକୁ ଯନ୍ତ୍ରଣାରୁ ମୁକ୍ତି ଦେବ । ରାତିରେ ଶୋଇବା ପୂର୍ବରୁ ନାଭିରେ ଦୁଇ ବୁନ୍ଦା ନଡ଼ିଆ ତେଲ ରଖନ୍ତୁ । ଏହା ପରେ ହାଲୁକା ହାତରେ ପେଟ ଚାରି ପାଖରେ ମାଲିସ୍ କରନ୍ତୁ ।

୭. ନଡ଼ିଆ ତେଲର ଆହୁରି ଅନେକ ଫାଇଦା ରହିଛି। କେଶରେ ନଡ଼ିଆ ତେଲ ଲଗାଇବା ଦ୍ବାରା କେଶ ଲମ୍ବା ଏବଂ ଘନ ହୋଇଥାଏ। ଏହା ଆମ ତ୍ବଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

୮.  ନଡ଼ିଆ ତେଲରେ ମସାଜ କରିବା ଦ୍ବାରା ତ୍ବଚା ଚମକିଥାଏ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ କାରଣରୁ ତ୍ବଚାରେ ଚର୍ମକୁଞ୍ଚନ ଦୂର ହୋଇଥାଏ।