Odia News Portal

ପୁଣି ବଢିଲା ପେଟ୍ରୋଲ ଦର

ଗୋଟିଏ ଦିନର ସ୍ଥିରତା ପରେ ପୁଣି ଥରେ ବୃଦ୍ଧି ପାଇଛି ତେଲ ଦର। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦ ପଇସା ମହଙ୍ଗା ହୋଇ ୮୧ ଟଙ୍କାରେ ପହଞ୍ଚିଛି। ସୂଚନା ମୁତାବକ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୫୭ ପଇସା ମହଙ୍ଗା ହୋଇଛି।

ସୂଚନା ମୁତାବକ ଗତକାଲି ଅର୍ଥାତ ବୁଧବାର ପର୍ଯ୍ଯନ୍ତ ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ପେଟ୍ରୋଲ ମୂଲ୍ୟରେ ଗତ ମଙ୍ଗଳବାର ଦିନ ଶେଷ ବୃଦ୍ଧି ହୋଇଥିଲା। ମଙ୍ଗଳବାର ଦିନ ପେଟ୍ରୋଲ ଦର ଦିଲ୍ଲୀରେ ୧୭ ପଇସା, କୋଲକାତା ଏବଂ ମୁମ୍ବାଇରେ ୧୩ ପଇସା ଥିବା ବେଳେ ଚେନ୍ନାଇରେ ଲିଟର ପିଛା ୧୨ ପଇସା ମହଙ୍ଗା ହୋଇଥିଲା। ସେହିଭଳି ଡିଜେଲ୍ ଦର କଥା କହିବାକୁ ଗଲେ ୧୯ ଦିନରେ ସ୍ଥିରତା ସ୍ଥିର ରହିଛି

ଜାଣନ୍ତୁକ’ଣ ରହିଛି ନୂଆ ଦର

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଇ ପ୍ରତି ଲିଟର ପିଛା ୮୧ ଟଙ୍କା, ୮୨.୫୩ ଟଙ୍କା, ୮୭.୬୮ ଟଙ୍କା ଏବଂ ୮୪.୦୯ ଟଙ୍କା ହୋଇଛି। ସେହିଭଳି ୪ଟି ମହାନଗରରେ ଡିଜେଲ ଦର ଲିଟର ପିଛା କ୍ରମଶଃ ୭୩.୫୬ ଟଙ୍କା, ୭୭.୦୬ ଟଙ୍କା, ୮୦.୧୧ ଟଙ୍କା ଏବଂ ୭୮.୮୬ ଟଙ୍କା ସ୍ଥିର ରହିଛି। ଆଜିକାଲି ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଉପରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ସପ୍ତାହରେ ଅଶୋଧିତ ତୈଳ ଦରର ମୂଲ୍ୟ ରେକର୍ଡ କରାଯାଇଥିଲା। କିନ୍ତୁ ଗତ ଦୁଇ ଦିନ ଧରି ସ୍ଥିରତା ଦେଖିବାକୁ ମିଳିଛି।