Odia News Portal

ସ୍କିପିଂ କରିବା ସମୟରେ ଏହି ୮ଟି ଟିପ୍‌ସ ପ୍ରତିଧ୍ୟାନ ଦିଅନ୍ତୁ

ବିଶେଷଜ୍ଞ କହିବା କଥା ରୁଟିନ୍‌ ବ୍ୟାୟାମରେ ଅବହେଳା କରନ୍ତୁ ନାହିଁ । କାରଣ ଶରୀରରୁ ଝାଳ ବାହାରିବା ଓ ଶରୀର ସକ୍ରିୟ ରହିବା ଦ୍ୱାରା ବହୁ ସଂଖ୍ୟାରେ ଲାଭ ହୋଇଥାଏ । ବ୍ୟାୟାମ ଦ୍ୱାରା ମୁଡ୍‌ ବୁଷ୍ଟ ହେବ, ଶକ୍ତି ମିଳିବା, ସାଧାରଣରେ ସ୍ୱାସ୍ଥ୍ୟ ଠିକ୍‌ ରହିବା ଆଦି ହୋଇଥାଏ । ନିୟମିତ ବ୍ୟାୟାମରେ ସ୍କିପିଂକୁ ସାମିଲ୍‌ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ସାରା ଶରୀରର ବ୍ୟାୟାମ ହୋଇଥାଏ ।

ସ୍କିପିଂ ପାଇଁ ୮ଟି ଟିପ୍‌ସ ଦଉଡି ଡିଆଁର ବ୍ୟବହାର ବେଳେ ପ୍ରାୟ ଲୋକ କିଛି ନା କିଛି ଭୁଲ୍‌ କରି ବସିଥାନ୍ତି, ଯାହା ଫଳରେ ଆହତ ହେବାର ଆଶଙ୍କା ରହିଥାଏ ।

ସାମାନ୍ୟ ସାବଧାନତା ଅବଲମ୍ବନ କଲେ ଆପଣ ୱର୍କଆଉଟ୍‌ କରିବା ସହ ସୁସ୍ଥ ମଧ୍ୟ ରହିପାରିବେ ।

୧. ଅଧିକ ଉଚ୍ଚାକୁ ଡେଇଁବାଠାରୁ ଦୂରେଇ ରୁହନ୍ତୁ ।

୨. ରସିକୁ ମୋଡିବା ପାଇଁ ବାହୁ ନୁହେଁ, ମଣିବନ୍ଧରେ ବ୍ୟବହାର କରନ୍ତୁ ।

୩. ରସି ଆସିବା ପୂର୍ବରୁ ଡିଅଁନ୍ତୁ ନାହିଁ ।

୪. ଦଉଡି ଡିଆଁ ଧୀରେ ଧୀରେ ଆରମ୍ଭ କରନ୍ତୁ । ତା’ ପରେ ଶରୀର ସହ ତାଳ ଦେଇ ଗତି ବଢାନ୍ତୁ ।

୫. ଯାଞ୍ଚ କରି ନିଅନ୍ତୁ ରସିର ଲମ୍ବ । ରସି ଅଧିକ ଲମ୍ବା ବା କମ୍‌ ନ ହେବା ଆବଶ୍ୟକ । ଏହା ଆପଣଙ୍କ ବାହୁଠାରୁ ଭୂଇଁ ପର୍ଯ୍ୟନ୍ତ ହେବା ଆବଶ୍ୟକ ।

୨୦ ମିନିଟ୍‌ର ସ୍କିପିଂ ୱର୍କଆଉଟ୍‌ ସ୍କିପିଂ ଆରମ୍ଭ କରିବା ପୂର୍ବରୁ ନିଜକୁ ସକ୍ରିୟ କରିବା ପାଇଁ ୫ ମିନିଟ୍‌ ନିଅନ୍ତୁ । କସରତ ଆରମ୍ଭ କରିବା ପରେ ୯୦ ସେକେଣ୍ଡ ଯାଏ ଜମ୍ପ ରୋପ୍‌ ୱର୍କ, ବର୍ଡିୱେଟ୍‌ ବ୍ୟାୟାମ ଲଗାତାର କରିଚାଲନ୍ତୁ । ଯଦି ଆବଶ୍ୟକ ମନେ କରନ୍ତି ସମୟ ବଢାଇପାରିବେ । କିନ୍ତୁ ୨୦ ମିନିଟ୍‌ର ଦଉଡି ଡିଆଁ ଅଭ୍ୟାସ ଆପଣଙ୍କ କାର୍ଡିଓ ବ୍ୟାୟାମ ପାଇଁ ଯଥେଷ୍ଟ । କିନ୍ତୁ ଏହାକୁ ନିୟମିତ କରିବା ଆବଶ୍ୟକ ।