Odia News Portal

ଜ୍ୟୋତିଷଶାସ୍ତ୍ର ଅନୁସାରେ କୁମାରୀ ଝିଅଙ୍କ ପାଇଁ ବହୁତ ଖାସ ଏହି ଦିନ, ନିଶ୍ଚୟ କରନ୍ତୁ ଏହି କାମ

ବାସ୍ତୁ ବିଜ୍ଞାନ ମଣିଷଙ୍କର ଅନେକ ସମସ୍ୟା ଦୂର କରିଥାଏ ଓ ଠିକ୍‌ ସେହିଭଳି ବିବାହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରେ। ନଖ ଦ୍ବାରା ମଧ୍ୟ ବିବାହରେ କୌଣସି ବାଧାକୁ ଦୂର କରାଯାଇପାରେ। ଏହି କଥା ବିଶ୍ବାସ କରିବା କଷ୍ଟକର, ହେଲେ ଏହା ସତ। ତେଣୁ ଏହି ଉପାୟ ଦ୍ବାରା ଝିଅମାନଙ୍କ ବିବାହରେ ଥିବା ସଙ୍କଟ ଦୂର ହୋଇଥାଏ।
ସାଧାରଣତଃ ଲୋକେ ରବିବାର ଦିନ ନଖ କାଟନ୍ତି। କିନ୍ତୁ ବାସ୍ତୁ ଅନୁସାରେ ରବିବାର ଦିନ ନଖ କାଟିବା ଅନୁଚିତ୍। ବିବାହରେ କୌଣସି ପ୍ରକାରର ବାଧା ନହେଉ ଏଥିପାଇଁ ଝିଅମାନଙ୍କୁ ଗୁରୁବାର ନଖ କାଟିବା ଉଚିତ୍‌। କାରଣ ଗୁରୁବାର ନଖ କାଟିଲେ ବିବାହରେ ହେବାକୁ ଥିବା ସମସ୍ୟା ଦୂର ହୋଇଥାଏ। ଏମିତି ବିଶ୍ବାସ ନେଇ ଅନେକ ଲୋକ ଏହି ନୀତିର ପାଳନ ମଧ୍ୟ କରନ୍ତି। ନଖକୁ ସବୁବେଳେ ଛୋଟ କଇଁଚିରେ କାଟିବା ଉଚିତ୍‌।ନଖ କାଟି ଧଳା କାଗଜରେ ଗୁଡାଇ ନାଳିରେ ଫିଙ୍ଗିବା ଉଚିତ୍‌।ଗୁରୁବାର ଦିନ ନଖ କାଟିଲେ ଗୁରୁଙ୍କର ମଧ୍ୟ କୃପା ପ୍ରାପ୍ତ ହୋଇଥାଏ। ଅପରପକ୍ଷରେ ପୁଅମାନଙ୍କ ବିବାହରେ କୋଣସି ସମସ୍ୟା ନହେବା ପାଇଁ ସେମାନଙ୍କୁ ଶୁକ୍ରବାର ଦିନ ନଖ କାଟିବା ଉଚିତ୍‌।