Odia News Portal

ନଭେମ୍ବର ୧ରୁ ଡିଜିଟାଲ ପେମେଣ୍ଟ ପାଇଁ ପଡିବନି କୌଣସି ଚାର୍ଜ

ନୂଆଦିଲ୍ଲୀ() ନଭେମ୍ବର ମାସ ୧ ତାରିଖରୁ ସମଗ୍ର ଦେଶରେ ଅନେକ ନିୟମ ଲାଗୁ ହେବାକୁ ଯାଉଛି।ବ୍ୟବସାୟ କରୁଥିବା ଲୋକଙ୍କ ପାଇଂ ଏହା ଜାଣିବା ଜରୁରୀ ଯେ, ନଭେମ୍ବର ମାସ ୧ ତାରିଖରୁ (Finance Ministry) ପେମେଣ୍ଟ ନେବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବ୍ୟବସାୟ କରୁଥିବା ଲୋକଙ୍କୁ ଏବେ ଡିଜିଟାଲ ପେମେଣ୍ଟ ନେବାକୁ ପଡିବ।

ଏହା ବ୍ୟତୀତ ଗ୍ରାହକଙ୍କଠାରୁ ଡିଜିଟାଲ ପେମେଣ୍ଟ ପାଇଁ କୌଣସି ଚାର୍ଜ ବା ଟଙ୍କା ଆଦାୟ କରାଯିବ ନାହିଁ। ନୂଆ ନିୟମ ଅନୁସାରେ ୫୦ କୋଟିରୁ ଅଧିକ ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀଙ୍କ ଉପରେ ଏହି ନିୟମ ଲାଗୁ ହେବ। ଇଲେକ୍ଟ୍ରିକ ମୋଡ ଦ୍ବାରା କୌଣସି ପେମେଣ୍ଟ କଲେ ଏବେ ଚାର୍ଜ ପଡିବ ନାହିଁ।