Odia News Portal

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।ମୃତ ଯୁବକଙ୍କ ନାଁ ସୁଦାମ। ତାଙ୍କୁ ପ୍ରାୟ ୨୫ ବର୍ଷ ହୋଇଥିଲା। ତାଙ୍କ ଘର ବଲାଙ୍ଗିର ସଦର ବ୍ଳକ୍ ଅନ୍ତର୍ଗତ କୁଟୁମଡ଼ୋଳା ଗାଁରେ।

ବିଲମ୍ୱିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା। ବଲାଙ୍ଗିର ବେହେରାପାଲି ରେଲୱେ ଫାଟକ ନିକଟରେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ ସୁଦାମ।ପାରିବାରିକ କଳହରୁ ସୁଦାମ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଜିଆରପି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।