Odia News Portal

ଜାଣନ୍ତୁ ଧନତେରାସ ପୂଜାର ମହତ୍ତ୍ୱ, ଏହି ସମୟରେ ରହିଛି ଶୁଭ ମୂହୁର୍ତ୍ତ

ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରାସ ପାଳନ କରାଯାଇଥାଏ । ଛୋଟ ଦୀପାବଳିର ଦିନକ ପୂର୍ବରୁ ଏହା ଆସେ । ଏହି ଦିନ ପ୍ରଭୁ ଧନ୍ୱନ୍ତରୀଙ୍କୁ ପୂଜା କରାଯାଇଥାଏ ଏବଂ ଏହାକୁ ଶୁଭ ଦିନ ଭାବେ ଗଣାଯାଇଥାଏ । ସୁନା, ରୂପାର ଆଭୂଷଣ ଏବଂ ବାସନ ଆଦି ସାମଗ୍ରୀ କିଣିବାକୁ ଶୁଭ ବୋଲି ଧରାଯାଏ । ଏ ବର୍ଷ ଧନତେରାସ ନଭେମ୍ବର ୧୩ ରେ ପଡୁଛି । ପୂଜା ପାଇଁ ସନ୍ଧ୍ୟା ସମୟକୁ ଉପଯୁକ୍ତ ବୋଲି ଜ୍ୟୋତିଷବିତମାନେ କହୁଛନ୍ତି । ସନ୍ଧ୍ୟା ୫ଟା ୨୮ ମିନିଟରୁ ୫ ଟା ୫୯ ମିନିଟ ପୂଜା ପାଇଁ ଶୁଭ ମୁହୂର୍ତ୍ତ । ଏହା ୩୦ ମିନିଟ ଧନତେରାସ ପୂଜା ପାଇଁ ଭଲ । ଭଗବାନ ଧନ୍ୱନ୍ତରୀ ଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଇଥାଏ । ଯିଏକି ହାତରେ ଅମୃତ କଳସ ଧରିଥାନ୍ତି । ଧନବନ୍ତରିଙ୍କୁ ପୀତଳ ପସନ୍ଦ । ତେଣୁ ଧନତେରାସରେ ପୀତଳ କିମ୍ବା ଅନ୍ୟାନ୍ୟ ଧାତୁ କିଣନ୍ତି ଭାରତୀୟ । ଆରୋଗ୍ୟ ଦେବତା ଧନ୍ୱନ୍ତରି ଏବଂ ଧନର ଦେବତା କୁବେରଙ୍କୁ ଏହି ଦିନ ପୂଜା କରାଯାଇଥାଏ । କୁହାଯାଏ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶ ଦିନ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନ୍ୱନ୍ତରୀ ନିଜ ହାତରେ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ । ଏହା ବି କୁହାଯାଏ ଚିକିତ୍ସା ବିଜ୍ଞାନର ପ୍ରସାର ପାଇଁ ଭଗବାନ ଧନ୍ୱନ୍ତରୀ ଅବତାର ନେଇଥିଲେ । ଆୟୁର୍ବେଦର ଦେବା ଭାବେ ଧନ୍ୱନ୍ତରୀ ମାନ୍ୟତା ଦିଆଯାଇଛି । ପୌରାଣିକ ମାନ୍ୟତା ଅନୁସାରେ ଧନତେରାସ ଦିନ ଲକ୍ଷ୍ମୀ ପୂଜା କରିବା ଦ୍ୱାରା ଜୀବନ ଧନଧାନ୍ୟରେ ପୁରି ଯାଏ ।