Odia News Portal

ଆପଣ ଡାଇବେଟିସ୍ ରେ ପୀଡିତ କି? ଜାଣନ୍ତୁ ଏହାର ପ୍ରତିକାର…

ଆଜିର ସମୟରେ ଡାଇବେଟିସ୍‌(ମଧୁମେହ) ଏକ ସାଧାରଣ କଥା ହୋଇଗଲାଣି । ଯେତେବେଳେ ବ୍ଲଡ୍ ରେ ସୁଗାର ର ସ୍ତର ଅଧିକ ହୋଇଯାଏ ସେତେବେଳେ ଏହି ରୋଗ ହୋଇଥାଏ । ଏହି ସମୟରେ ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା ଏବଂ ଅଧିକ ଭୋକ ଲାଗିବା ଆଦି ସମସ୍ୟା ଆରମ୍ଭ ହୋଇଥାଏ । ଏହି ରୋଗ ଦ୍ୱାରା ବ୍ୟକ୍ତିର ଅଗ୍ନାଶୟ ସଠିକ୍ ଭାବେ ଇନ୍‌ସୁଲିନ୍ ର  କ୍ଷରଣ କରିପାରେ ନାହିଁ । ଆହୁରି ମଧ୍ୟ ଯଦି ଏହି ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ଲାଗିରହେ ତେବେ ଏହା ଅନେକ ରୋଗ କୁ ଡାକିଆଣେ । ଚିକିତ୍ସକଙ୍କ ମତରେ ମଧୁମେହ ରୋଗୀ ମାନଙ୍କ ପାଇଁ ଶାରିରୀକ ଗତିବିଧି ଏବଂ ପୋଷଣ ସହିତ ଖାଦ୍ୟପେୟ ର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ସଠିକ୍ ଖାଦ୍ୟପେୟ ସହିତ ସକ୍ରିୟ ରହିବା ଦ୍ୱାରା ଗ୍ଲୁକୋଜ୍ ସ୍ତର ସୀମା ମଧ୍ୟରେ ରହେ ।

ଏଥିପାଇଁ ଆପଣଙ୍କୁ ଶାରିରୀକ  ଗତିବିଧି ,ସନ୍ତୁଳିତ ଭୋଜନ ଏବଂ ମଧୁମେହର ଔଷଧ ସଠିକ୍ ସମୟରେ ନେବା ଉଚିତ୍ । ଗ୍ଲୁକୋଜ୍ ର ସ୍ତର କୁ ସଠିକ୍ ରଖିବାରେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ ମୁଖ୍ୟ ଭୂମିକା ଗ୍ରହଣ କରେ । ପ୍ରଥମରୁ ଏହା ଆପଣଙ୍କୁ କଠିନ ଲାଗିପାରେ କିନ୍ତୁ କିଛିଦିନ ପରେ ଏହା ଆପଣଙ୍କ ଶରୀରକୁ ଫିଟ୍ ରଖିବା ସହିତ ସମସ୍ତ ସମସ୍ୟା ରୁ ମୁକ୍ତି ଦେବ ।ହେଲ୍‌ଥ ଏକ୍ସପର୍ଟ୍‌ସ ଙ୍କ ମତରେ ମଧୁମେହ ରୋଗୀ ନିଜ ପସନ୍ଦ ର ସବୁକିଛି ଖାଇପାରିବେ କିନ୍ତୁ ଏହାକୁ ଛୋଟଛୋଟ ଭାଗରେ ବିଭକ୍ତ କରି ।

  • ମଧୁମେହ ରୋଗୀ ନିଜ ଖାଦ୍ୟରେ ବିଭିନ୍ନ ପରିବା ଯେପରିକି ଟମାଟୋ, ଗାଜର, ବ୍ରୋକୋଲି, ଶାଗ, ଏବଂ ଲଙ୍କା ଆଦି ସାମିଲ୍ କରନ୍ତୁ ।
  • ଫଳ ମଧ୍ୟରେ ଆପଣ ତରଭୁଜ, ସନ୍ତରା, ସେଓ, ଜାମୁ, ଅଙ୍ଗୁର ଆଦି ସାମିଲ୍ କରନ୍ତୁ ।
  • ଶସ୍ୟ ମଧ୍ୟରେ ଆପଣ ଦିନରେ କମ୍  ଶସ୍ୟ ନିଅନ୍ତୁ, ଏଥିରେ ଆପଣ ଚାଉଳ,ଗହମ, ଯଅ, କ୍ୱିନୋଆ ଏବଂ ମକା ଆଦିକୁ ସାମିଲ୍ କରିପାରିବେ ।
  • ଆପଣ ତେଲ ମଧ୍ୟରେ କେନୋଲା,ଅଲିଭ୍ ଆଦି ତେଲର ବ୍ୟବହାର କରନ୍ତୁ ।
  • ପ୍ରୋଟିନ୍ ରେ ଆପଣ ଦହି, ପନିର୍ ଆଦି ଏବଂ ମାଂସ ର ବିକଳ୍ପ ଭାବେ ଟୋଫୁ ମଧ୍ୟ ଖାଇପାରିବେ ।