Odia News Portal

ମିଠା ଖାଇଲେ ହୋଇନଥାଏ ଡାଇବେଟିସ, ବରଂ ଏହି ଅଭ୍ୟାସ କାରଣରୁ ହୋଇଥାଏ ଡାଇବେଟିସ୍

ଡାଇବେଟିସ୍ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍ସୁଲିନ୍ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରିସନ୍ର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ଅନେକ ସମୟରେ ଆପଣ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ‘ଏତେ ମିଠା ଖାଅ ନାହିଁ, ଡାଇବେଟିସ୍ ହୋଇଯିବ। କିନ୍ତୁ ସତରେ କ’ଣ ମିଠା ଖାଇଲେ ଡାଇବେଟିସ୍ ହୁଏ? ଆସନ୍ତୁ ଜାଣିବା ଡାଇବେଟିସ୍ ସମ୍ପର୍କରେ କିଛି ଜରୁରୀ କଥା।

ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ। ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ। ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତିକମ୍ ରେ ୬ ରୁ ୮ ଘଣ୍ଟା ଶୋଇବ ଦରକାର। ଯେଉଁ ଲୋକମାନେ ଠିକ ଭାବରେ ଶୋଇ ପାରନ୍ତି ନାହିଁ, ଅନିଦ୍ରା ରହି କାମ କରନ୍ତି କିମ୍ବା ବିଳମ୍ବରେ ଶୋଇ ଶୀଘ୍ର ଉଠିଯାନ୍ତି, ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ।

ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ଅବସାଦଗ୍ରସ୍ତ ରହିବେ ତେବେ ଶରୀରରେ ସର୍କରା ସ୍ତର ବଢ଼ି ଯାଇଥାଏ ଏବଂ ଅବସାଦ ରହିବା ଫଳରେ ଆପଣ କୌଣସି ଗୋଟିଏ କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ନିଶ୍ଚିତ ଭାବରେ, ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ। ଯେଉଁ ଲୋକମାନେ ଅତ୍ୟଧିକ ସମୟ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ବସି କାମ କରନ୍ତି ବା ଅଫିସରେ ଚେୟାରରେ ବସି କାମ କରିନ୍ତି କିନ୍ତୁ ବ୍ୟାୟାମ କରନ୍ତି ନାହିଁ। ସେମାନଙ୍କଠାରେ ଏହି ରୋଗ ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ।

ନେକ ଲୋକଙ୍କର ଭ୍ରାନ୍ତ ଧାରଣା ଥାଏ ଯେ, ଡାଇବେଟିସ୍ ରୋଗୀ ଆଦୌ ମିଠା ଖାଇବା ଉଚିତ ନୁହେଁ। କିନ୍ତୁ ଏପରି ନୁହେଁ। ଯଦି ଆପଣଙ୍କୁ ଡାଇବେଟିସ୍ ଆରମ୍ଭ ମାତ୍ର ହୋଇଛି, ତା’ହେଲେ ଏକ ସନ୍ତୁଳିତ ଆହାରରେ ମିଠା ରହିବା ଜରୁରୀ। ଏହାଦ୍ୱାରା ସୁଗାର ଜନିତ ରୋଗ ସହିତ ଲଢ଼ିବାକୁ ସାହାଯ୍ୟ ମିଳିଥାଏ। କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ।