Odia News Portal

ଜାଣନ୍ତୁ ପ୍ରତିଦିନ ଅଣ୍ଡା ଖାଇଲେ କଣ ହୁଏ

ଭୁବନେଶ୍ୱର: ଶରୀର ପାଇଁ ପ୍ରୋଟିନର ସର୍ବୋତ୍ତମ ଉତ୍ସ ହେଉଛି ଅଣ୍ଡା । ଏହା ଏକ ସୁସ୍ଥ ଖାଦ୍ୟ । ଏହାକୁ ଆପଣ ସିଝାଇ ବା ପୋଚ କରି ଖାଇପାରିବେ । ଦିନକରେ ଦୁଇଟି ଅଣ୍ଡା ସେବନ କରିବା ଦ୍ୱାରା ଲାଲ ରକ୍ତ କଣିକା ସଂଖ୍ୟାରେ ଉନ୍ନତି ହୋଇପାରେ ଏବଂ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଅଣ୍ଡାକୁ ଦୈନଦିନ ଡାଇଟରେ ସାମିଲ କରାଯାଇପାରିବ । କିନ୍ତୁ ଆବଶ୍ୟକ ଠାରୁ ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜଣିବା..

ଅଣ୍ଡାରେ ସଲମୋନେଲା ନାମକ ଏକ ଜୀବାଣୁ ମିଳିଥାଏ । ଏହା ଚିକେନ୍ ରୁ ଆସିଥାଏ । ଯଦି ଆପଣ ଅଣ୍ଡାକୁ ସଠିକ୍ ଭାବରେ ନସିଝେଇବେ, ତେବେ ଏହି ଜୀବାଣୁ ଆପଣଙ୍କ ଶରୀର ଭିତରକୁ ଯାଇ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରନ୍ତି । ଅଣ୍ଡା ସଠିକ୍ ଭାବରେ ରାନ୍ଧିନଥିବା ବେଳେ ସମାନ ଘଟଣା ଘଟିଥାଏ । ସେହି କାରଣରୁ, ଫୁଲିବା, ବାନ୍ତି, ପେଟ ସମ୍ବନ୍ଧୀୟ ସମସ୍ୟା ଭଳି ଅନେକ ସମସ୍ୟା ହୋଇପାରେ । ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ପ୍ରଭାବ ପଡିପାରେ । ପ୍ରୋଟିନର ଏକ ସମୃଦ୍ଧ ଉତ୍ସ ହୋଇଥିବାରୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଏହା କିଡନୀକୁ ନକାରାତ୍ମକ ଭାବେ ପ୍ରଭାବିତ କରାଯାଇପାରେ ।

ସୀମିତ ସଂଖ୍ୟକ ଅଣ୍ଡା ସେବନ କରିବା ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ନାହିଁ । ପ୍ରତିଦିନ ୧ ରୁ ୨ ଟି ଆପଣ ସେବନ କରିପାରିବେ ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଉପୁଜିବ ନାହିଁ । ହେଲ୍ଥ ଲାଇନ ମୁତାବକ, ଦିନକରେ ଅତି ବେଶିରେ ତିନୋଟି ଅଣ୍ଡା ସେବନ କରିପାରିବେ । ଅଣ୍ଡା ସେବନ ଦ୍ୱାରା ଓମେଗା-୩ ଫ୍ୟାଟି ଏସିଡ ଏବଂ ପ୍ରୋଟିନ ମିିଳିଥାଏ । କିନ୍ତୁ ଅତ୍ୟଧିକ ଅଣ୍ଡା ସେବନ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ ।