Odia News Portal

ଗଣେଶଙ୍କ ବାହାନ କେମିତି ମୂଷା ହେଲା ଜାଣନ୍ତୁ ପୁରା କଥା ….

ଚଳିତ ବର୍ଷ ଗଣେଜ ପୂଜା ଅଗଷ୍ଟ ୨୨ ତାରିଖ ପାଳନ ହେଉଛି । ଏଠାରେ ମନରେ ପ୍ରଶ୍ନ ଉଠେ ବିଶାଳକାୟ ପ୍ରଭୁ ଗଣେଶଙ୍କ ବାହନ କିପରି ମୂଷା ହେଲା । ଅନ୍ୟ ଦେବତାଙ୍କ ପାଖରେ ବଡ଼ ବଡ଼ ବାହନ ରହିଥିବା ବେଳେ ଅଗ୍ରପୂଜା କରାଯାଉଥିବା ଭଗବାନ ଗଣେଶଙ୍କ ବାହନ ମୂଷା କ’ଣ ପାଇଁ ।

ପୌରାଣିକ କଥା ବସ୍ତୁ ଅନୁଯାୟୀ, ଅଧା ଦେବତା ଓ ଅଧା ରାକ୍ଷସ ପ୍ରବୃତିର ଥିଲା କ୍ରୋଞ୍ଚ । ଥରେ ଭଗବନ ଇନ୍ଦ୍ର ନିଜ ସଭାରେ ସମସ୍ତ ମୁନି ଋଷିଙ୍କୁ ଆମନ୍ତ୍ରଣ କରିଥିଲେ । ଉକ୍ତ ସଭାରେ କ୍ରୋଞ୍ଚକୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ଭୁଲରେ କ୍ରୋଞ୍ଚର ପାଦ ଜଣେ ମୁନିଙ୍କ ପାଦ ଉପରେ ରହିଯାଇଥିଲା । ଏଥିରେ ରାଗିଯାଇ ମୁନି ଜଣଙ୍କ କ୍ରୋଞ୍ଚକୁ ମୂଷା ହୋଇଯିବାର ଅଭିଶାପ ଦେଇଦେଲେ । ଏଥିପାଇଁ କ୍ରୋଞ୍ଚମୁନିଙ୍କୁ ଭୁଲ ମାଗିଲେ କିନ୍ତୁ ମୁନି ଜଣଙ୍କ ନିଜର ଅଭିଶାପ ଫେରାଇ ନେଇପାରିବେ ନାହିଁ ବୋଲି କହିଥିଲେ । କହିଲେ ଭବଷ୍ୟତରେ ଭଗବାନ ଶିବଙ୍କ ପୁତ୍ର ଶ୍ରୀଗଣେଶଙ୍କ ବାହନ ହେବ । ପରେ ଉକ୍ତ ମୂଷା ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବାକୁ ଲାଗିଲା । ଗୋଟିଏ ଦିନ ମହର୍ଷି ପରାସର ପ୍ରଭୁ ଗଣେଶଙ୍କ ଧ୍ୟାନ କରୁଥିବା ସମୟରେ କ୍ରୋଞ୍ଚ ମହର୍ଷି ଆଶ୍ରମରେ ଆତଙ୍କ ସୃଷ୍ଟି କରିଥିଲେ । ଆଶ୍ରମର ଅନ୍ୟ ଋଷିମାନେ ମୂଷାକୁ ଘୋଡ଼ାଇବାକୁ ବହୁତ ଚେଷ୍ଟା କଲେ । ହେଲେ ସଫଳ ହେଲେ ନାହିଁ । ଅନ୍ୟ ଉପାୟ ନପାଇ ଶେଷରେ ଋଷିଗଣ ଭଗବାନ ଶିବଙ୍କ ପାଖକୁ ଯାଇ ସମସ୍ତ ବିଷୟରେ ଜଣାଇଲେ । ଉକ୍ତ ମୂଷାକୁ ଧରିବା ପାଇଁ ଭଗବାନ ଶିବ ଗଣେଶଙ୍କୁ ପଠାଇଲେ । ଗଣେଶ ମୂଷାକୁ ଧରିବା ପାଇଁ ଏକ ରଶି ପକାଇଲେ । ଉକ୍ତ ରଶି ମୂଷା ପଛରେ ଯାଇ ତାକୁ ପାତାଳରୁ ଧରି ଆଣିଲା । ଗଣେଶ ମୂଷାକୁ ଏମିତି ଉପଦ୍ରବ କରିବାର କାରଣ ପଚାରିଲେ । ହେଲେ ମୂଷାଟି ରାଗି ଯାଇ କୌଣସି ଉତ୍ତର ଦେଲେ ନାହିଁ । ତେଣୁ ଗଣେଶ ମୂଷାକୁ କହିଲେ ଏବେ ତମେ ମୋ ଆଶ୍ରୟରେ ରହିଛ, ମହର୍ଷି ପରାସରଙ୍କୁ ହଇରାଣ କରିବା ବନ୍ଦ କରିଦିଅ । ମୋଠୁ ଯଦି କିଛି ଚାହୁଁଛ କହୁ । କିନ୍ତୁ ମୂଷା ଅତ୍ୟନ୍ତ ଅହଂକାର ସହ କହିଲେ ମୋତେ କିଛି ଦରକାର ନାହିଁ ଯଦି ଆପଣଙ୍କର କିଛି ଦରକାର ଅଛି ମୋତେ କହିପାରିବେ । ମୂଷାର ଅହଂକାରକୁ ଦେଖି ଗଣେଶ କହିଲେ ମୁଁ ଥିରେ ତୁର ସବାରି କରିବାକୁ ଚାହୁଁଛି । ମୂଷା ଗଣେଶଙ୍କ କଥା ମାନି ତାଙ୍କର ବାହନ ହେବାକୁ ରାଜି ହୋଇଗଲେ । କିନ୍ତୁ ଯେମିତି ଗଣେଶ ଉକ୍ତ ମୂଷା ଉପରେ ବସିଲେ ସେ ଗଣେଶଙ୍କ ସ୍ଥୂଳ ଶରୀରରେ ଦବି ଗଲେ । ମୂଷା ବହୁତ ଚେଷ୍ଟା କଲା ପରେ ବି ଗୋଟିଏ ପାଦ ଆଗକୁ ଚାଲିପାରିଲେ ନାହିଁ । ଶେଷରେ ମୂଷାର ଅହଂକାର ଭାଙ୍ଗିଗଲା ସେ କହିଲା ଗଣପତି ବାବା ମୋତେ କ୍ଷମା କରି ଦିଅ ଆପଣଙ୍କ ଓଜନରେ ମୁଁ ଦବି ଗଲିଣି । ଗଣେଶ ମୂଷାର କ୍ଷମାକୁ ସ୍ୱିକାର କରି ନିଜର ଓଜନ କମ୍ କଲେ । ଏପରି ମୂଷା ଗଣେଶଙ୍କ ବାହନ ହୋଇଗଲେ ।