Odia News Portal

କଡା ଟକ୍କର ପରେ ବି ହାରିଲା ଭାରତ

ଭାରତ ଜୁନିଅର ହକି ବିଶ୍ୱକପରେ ଏହାର ପ୍ରଥମ ମ୍ୟାଚରେ ହାରିଲା ଭାରତ । ଫ୍ରାନ୍ସ ବିପକ୍ଷରେ କଡା ଟକ୍କର ଦେଇଥିଲେ ବି ଭାରତୀୟ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଫ୍ରାନ୍ସ ପ୍ରଥମ ୫୦ ସେକେଣ୍ଡରେ ହିଁ ଗୋଲ୍ କରି ଭାରତକୁ ବେକଫୁଟକୁ ଠେଲି ଦେଇଥିଲା । ଫ୍ରାନ୍ସ ତରଫରୁ ଅଧିନାୟକ ଟିମୋଥି କ୍ଲିମେଂଟ ସର୍ବାଧିକ ୩ଟି ଗୋଲ୍ ଦେଇଥିଲେ ।

ପ୍ରଥମ କ୍ୱାର୍ଟର ସୁଦ୍ଧା ଉଭୟ ଦଳ ୨-୨ରେ ରହିଥିଲେ । ହେଲେ ଫ୍ରାନ୍ସ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୫-୩ରେ ଆଗୁଆ ରହିଥିଲା । କିନ୍ତୁ ଶେଷ କ୍ୱାର୍ଟରର ଶେଷ ୪ ମିନିଟରେ ଖେଳ ରୋମାଂଚକର ହୋଇଥିଲା । ଭାରତ ତରଫରୁ ଲଗାତର ଦଇଥିଲେ ଉପ ଅଧିନାୟକ ସଞ୍ଜୟ । ଏହା ସହିତ ଏହି ମ୍ୟାଚରେ ସଞ୍ଜୟ ଭାରତ ତରଫରୁ ସର୍ବାଧିକ ୩ଟି ଗୋଲ୍ କରିଥିଲେ ।

ପ୍ରଥମ ଦିନରେ ମୋଟ ୫ଟି ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ବେଲଜିୟମ, ଜର୍ମାନି, ମାଲେସିଆ, ପୋଲାଣ୍ଡ ଓ ଫ୍ରାନ୍ସ ବିଜୟୀ ହୋଇଥିଲେ । ପ୍ରଥମ ମୁକାବିଲାରେ ବେଲଜିୟମ ୫-୧ ଗୋଲ୍‌ରେ ଦକ୍ଷଣ ଆଫ୍ରିକାକୁ ପରାସ୍ତ କରିଥିଲା । ସେହିଭଳି ଜର୍ମାନି ୫-୨ରେ ପାକିସ୍ତାନକୁ, ମାଲେସିଆ ୨-୧ରେ ଚିଲିକୁ, ପୋଲାଣ୍ଡ ୧-୦ରେ କାନାଡାକୁ ଏବଂ ‌ ଶେଷ ମ୍ୟାଚ୍‌ରେ ଫ୍ରାନ୍ସ ୫-୪ ‌ ଗୋଲ୍‌ରେ ଭାରତକୁ ପରାସ୍ତ କରିଥିଲା । ଆୟୋଜକ ଭାରତ-ଫ୍ରାନ୍ସ ମ୍ୟାଚ୍ ବେଶ୍ ସଂଘର୍ଷ ପୂର୍ଣ୍ଣ ରହିଥିଲା। ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ୪ ଗୋଲ୍ ସହ ୯ଟି ଗୋଲ୍ ଦେଖିବାକୁ ମିଳିଥିଲା ।