Odia News Portal

ମୁହଁର ସୌନ୍ଦର୍ଯ୍ୟ ଲାଗି ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ସୁନ୍ଦର ଦେଖାଯିବା ଲାଗି । ତେବେ ସୁନ୍ଦର ଦେଖାଯିବା ଅନେକ ଉପାୟ ଆପଣାନ୍ତି ସମସ୍ତେ ।
ଟମାଟୋ, ମୁଲତାନି ମାଟି ଓ ଚନ୍ଦନ –
ଏକ ପାତ୍ରରେ ଟମାଟୋ ରସ, ମୁଲତାନି ମାଟି ଓ ଚନ୍ଦନ ପାଉଡ଼ର ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୫ ରୁ ୧୦ ମିନିଟ ରଖନ୍ତୁ। ଏହା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ସପ୍ତାହକୁ ଥରେ କିମ୍ବା ୨ ଥର ଲଗାଇବା ଦ୍ୱାରା ବହୁ ଉପକାର ମିଳିଥାଏ।
ଚନ୍ଦନ, କମଳା, ଗୋଲାପ ଜଳ –
ଏକ ପାତ୍ରରେ ଚନ୍ଦନ ପାଉଡ଼ର, କମଳା ଚୋପାର ଗୁଣ୍ଡ, ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇବା ପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ସପ୍ତାହକୁ ୨ଥର ଲଗାଇଲେ ବହୁ ଉପକାର ମିଳିଥାଏ।
ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ –
ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ ଏହାକୁ ଏକ ପାତ୍ରରେ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଲଗାଇବାର କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ମଧ୍ୟ ମୁହଁର ତେଲିଆ ସମସ୍ୟାକୁ ଦୂର କରିଥାଏ।
ପାଣି ଶରୀରର ଜଳୀୟ ଅଂଶକୁ ସନ୍ତୁଳନ କରି ରଖିଥାଏ। ତେଣୁ ଦିନକୁ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ମୁହଁ ଉଜ୍ୱଳ ହୋଇଥାଏ। ତିନି ରୁ ଚାରି ଥର ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।
୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
କ୍ଷୀର ମୁହଁ ପାଇଁ ଖୁବ ଲାଭ ଦାୟକ। ଏଥିରେ ପ୍ରୋଟିନ, ଏମିନୋ ଏସିଡ଼, ଭିଟାମିନ ଭରପୁର ମାତ୍ରାରେ ରହିଛି। ରାତିରେ ଶୋଇବା ପୂର୍ବରୁ କ୍ଷୀରକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ମୁହଁରେ ୧୫ ମିନିଟ ଲଗାଇ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଗୋରା ଓ ସୁନ୍ଦର ହୋଇଥାଏ।
ପ୍ରତିଦିନ ବ୍ୟାୟାମ ନିଶ୍ଚୟ କରନ୍ତୁ। ନିୟମିତ ଫଳ, ସବୁଜ ପନିପରିବା ଖାଆନ୍ତୁ। ତେଲିଆ ଓ ଫାଷ୍ଟଫୁଡ଼ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।
ମୁହଁ ପାଇଁ ଚିନିର ବ୍ୟବହାର –
ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଚିନିକୁ ମୁହଁରେ ଭଲ ଭାବେ ସ୍କ୍ରବ କରନ୍ତୁ (ଧୀରେ ଧୀରେ ଘଷନ୍ତୁ) । କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଉଜ୍ୱଳ ହେବା ସହ ଚମକ ବଢିଥାଏ।
ଚିନି ସ୍କ୍ରବ ଓ ଗ୍ରିନ ଟି –
ପ୍ରଥମେ ଗ୍ରିନ ଟିକୁ ପାଣିରେ ପକାଇ ଛାଣି ଦିଅନ୍ତୁ। ଏହା ପରେ ଛାଣି ଥିବା ପାଣିରେ ଚିନି ମିଶାଇ ମୁହଁରେ ଲଗାନ୍ତୁ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି, ଯାହା ମୁହଁ ପାଇଁ ଖୁବ ଲାଭଦାୟକ ଅଟେ। ଏହା ମୁହଁର ଚର୍ମକୁ ସୁସ୍ଥ ରଖିଥାଏ।
ବାଦାମ ତେଲ ଓ ଚିନି ସ୍କ୍ରବ –
ଏକ ଚାମଚ ଚିନିରେ ୨ ଚାମଚ ବାଦାମ ତେଲ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ୩୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ବାଦାମ ତେଲରେ ଭିଟାମିନ ସି ଥିବାରୁ ଏହା ମଧ୍ୟ ମୁହଁ ପାଇଁ ଲାଭଦାୟକ ଅଟେ। ଏହାକୁ ଲଗାଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।
ଦହି ଓ ଚିନି –
୩ ଚାମଚ ଦହିରେ ୧ ଚାମଚ ଚିନି ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୩୦ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁ ଗୋରା ହେବା ସହ ମୁହଁରୁ ସମସ୍ତ ପ୍ରକାରର ଜୀବାଣୁକୁ ବାହାର କରିଦେଇଥାଏ। ମୁହଁର ଉଜ୍ୱଳତା ମଧ୍ୟ ବଢିଥାଏ।