Odia News Portal

ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ଅଗ୍ନିକାଣ୍ଡ


ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ୧୦ ରୁ ଅଧିକ ଦୋକାନ ଘର ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସମ୍ପୁର୍ଣ୍ଣ କାରଣ ଏଯାଏଁ ଜଣା ପଡନି । ବାଣ ଅଥବା ସିଗାରେଟ ଧୁଆଁରୁ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ରାତି ପ୍ରାୟ ଗୋଟେ ସମୟରେ ନିଆଁ ଜଳୁଥିବାର ଦେଖି ଲୋକମାନେ ଦମକଳ ବାହିନୀ ଖବର ଦେଇଥିଲେ । ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ କିନ୍ତୁ ତା ପୂର୍ବରୁ ୧୦ ଟି ଘର ସମ୍ପୁର୍ଣ୍ଣ ଜଳି ଯାଇଥିଲା । ମୋଟ ୫ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।