Odia News Portal

ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ?, ଜାଣନ୍ତୁ ପ୍ରକୃତ କାରଣ

ହିନ୍ଦୁ ଧର୍ମରେ ଅନେକ ପରଂପରା ରହିଛି, ଯାହା କେଉଁ ଅନାଦି ଅନନ୍ତ କାଳରୁ ପ୍ରଚଳିତ ହୋଇ ଆସୁଛି । ହିନ୍ଦୁ ବିବାହ ପରଂପରା ମଧ୍ୟ ବେଶ୍ ପ୍ରାଚୀନ । ଏଥି ମଧ୍ୟରୁ ଗୋଟିଏ ହେଲା ଚତୁର୍ଥୀ ରାତିରେ ଏକ ଗ୍ଲାସ୍ କ୍ଷୀର ନବବିବାହିତ ଦଂପତିଙ୍କୁ ଦିଆଯାଇଥାଏ ।

ଚତୁର୍ଥୀ ରାତି ବା ସୁହାଗ ରାତିରେ କ୍ଷୀର ପ୍ରଦାନ ପଛରେ ବି ବୈଜ୍ଞାନିକ କାରଣ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ରାତିରେ ଦୁଇଟି ଶରୀର ଏକ ହୋଇ ଥାଆନ୍ତି । ଏହି ରାତିରେ କ୍ଷୀରରେ ଗୋଲମରିଚ ମିଶାଇ ପିଇବାକୁ ଦିଆଯିବା ପଛରେ କାରଣ ହେଲା ଯେ ବର କନ୍ୟାଙ୍କ ଶରୀରରେ ସ୍ଫୂର୍ତ୍ତି ଓ ଶକ୍ତି ଆସିଥାଏ, ଯାହା ଦ୍ୱାରା ସେମାନେ ପ୍ରଥମ ରାତିକୁ ଭଲ ଭାବେ ଉପଭୋଗ କରିପାରିବେ ।