Odia News Portal

ନନ୍ଦ ସାରଙ୍କୁ କରୋନା


ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସେ ଏବେ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ ଏବେ ଅକ୍ସିଜେନ ଲାଗିଥିବା ଅ ବସ୍ଥାରେ ମେଡିକାଲରେ ଅଛନ୍ତି । ଗତ କିଛି ଦିନ ପୂର୍ବରୁ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲେ । ତାଙ୍କୁ ପ୍ରଥମେ ସୁକିନ୍ଦା ମେଡିକାଲକରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ପରେ ତାଙ୍କୁ ଯାଜପୁର ଜିଲ୍ଲା ହେଡ୍ କ୍ୱାଟରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କୋଭିଡ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।