Odia News Portal

ତିନିଟି ଅକ୍ଷର ମିଶାଇ ହୋଇଛି ଓଁ

ଭୁବନେଶ୍ୱର () ଓଁ ଶବ୍ଦରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଲୁଚି ରହିଛି । ଓଁ ଧ୍ୱନି ସାରା ବିଶ୍ୱରେ ଗୁଞ୍ଜରଣ ହୋଇଥାଏ । ସେଥିପାଇଁ ଓଁ ଉଚ୍ଚାରଣ ଦ୍ୱାରା ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଏହି ଧ୍ୱନି ମନୁଷ୍ୟର ଶ୍ରବଣ କ୍ଷମତା ଠାରୁ ବହୁ ଉର୍ଦ୍ଧ୍ବରେ । କିନ୍ତୁ ଯେଉଁମାନେ ସାଧନା କରିବାକୁ ଚାହିଁଥାନ୍ତି ସେମାନେ ଏହି ଚମତ୍କାରୀ ଧ୍ୱନିକୁ ଶୁଣି ପାରନ୍ତି ।

ତିନିଟି ଅକ୍ଷର ଅ, ଉ ଏବଂ ମ୍‌ କୁ ମିଶାଇ ହୋଇଛି ଓଁ । ଓଁ ଈଶ୍ୱରର ୩ଟି ସ୍ୱରୂପ ବ୍ରହ୍ମ, ବିଷ୍ଣୁ ମହେଶ୍ୱରଙ୍କ ସଂଯୁକ୍ତ ରୂପ । ଓଁରେ ହିଁ ସୃଷ୍ଟି, ପାଳନ ଏବଂ ବିନାଶର ତିନୋଟି ସାମିଲ । ଓଁ ମନ୍ତ୍ରର ସଠିକ ପ୍ରୟୋଗ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର କରାଯାଇପାରେ । ଓଁର ସଠିକ ଉଚ୍ଚାରଣ ଦ୍ୱାରା ଈଶ୍ୱରଙ୍କ ନିକଟ ହୋଇପାରିବେ ।

ଓଁ ଧ୍ୱନି ଏତେ ପବିତ୍ର ଯେ ମୁନିଋଷି ପ୍ରତ୍ୟେକ ମନ୍ତ୍ର ପୂର୍ବରୁ ଓଁ ଯୋଡି ଦେଇଛନ୍ତି । ଓଁ ସହ ଜଡିତ ହେବାପରେ ମନ୍ତ୍ରର ଶକ୍ତି ଅନେକ ଗୁଣ ବୃଦ୍ଧି ପାଇଥାଏ ବୋଲି କୁହାଯାଏ । କିନ୍ତୁ ଓଁ ମନ୍ତ୍ର ଉଚ୍ଚାରଣର ମଧ୍ୟ କିଛି ନିୟମ ରହିଛି । ଉଚ୍ଚାରଣ ସମୟରେ ଏହି ନିୟମ ପାଳନ କରିବା ଉଚିତ ।

ଓଁ ଉଚ୍ଚାରଣ ବ୍ରହ୍ମ ମୁହୂର୍ତ୍ତରେ କିମ୍ବା ସନ୍ଧ୍ୟା ସମୟରେ କରିବା ଉଚିତ । ମନ୍ତ୍ରର ସଠିକ ଲାଭ ପାଇବା ପାଇଁ ଏହାର ସଠିକ ଉଚ୍ଚାରଣ ପଦ୍ଧତି ଶିଖିବା ଆବଶ୍ୟକ। ଓଁ ଉଚ୍ଚାରଣ ସମୟରେ ମେରୁଦଣ୍ଡ ସିଧା ରହିବା ଉଚିତ ।