Odia News Portal

ପ୍ରତିଶୋଧ ନେଲା ଭାରତ

ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି । ଟି-୨୦ ବିଶ୍ବକପ୍‌ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍‌ରେ ହରାଇ ଦେଇଛି ଭାରତ । ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି । ନ୍ୟୁଜିଲାଣ୍ଡର ୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ହାସଲ କରି ନେଇ ବିଶ୍ବକପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଊନ୍ନବିଂଶ ମ୍ୟାଚ୍‌ରୁ ଟିମ୍ ଇଣ୍ଡିଆର ଏହା ନବମ ବିଜୟ ଥିଲା । ସବୁ ଫର୍ମାଟ୍‌କୁ ମିଶାଇ ନ୍ୟୁଜିଲାଣ୍ଡଠାରୁ ଲଗାତାର ୭ ପରାଜୟ ଧାରାକୁ ବି ଭାଙ୍ଗିଥିଲା ଭାରତ । ସୂର୍ଯ୍ୟ କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।