Odia News Portal

ଆପଣ ଅଧିକ ସମୟ ଫୋନ ଦେଖୁଛନ୍ତି କି, ଧ୍ୟାନ ଦିଅନ୍ତୁ ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କରୋନା କାଳ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାରର ଚାହିଦା ଅଧିକ ବଢିଯାଇଛି । ପିଲାଙ୍କ ପାଠ ପଢାଠୁ ନେଇ ୱାକ ଫର୍ମ ହୋମ ପର୍ୟ୍ୟନ୍ତ ସବୁକିଛି ଫୋନରେ ଚାଲିଛି । ଇଣ୍ଡିଆନ ଏକ୍ସପ୍ରେସ ମୁତାବକ, ଇଣ୍ଡିଆନ ଟେକ୍ନୋଲଜି ରିସର୍ଚ୍ଚ ଫର୍ମ ସିଏମଏସ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରେ ଜଣାପଡିଛି କି, ୨୦୧୯ରେ ଯେଉଁ ଲୋକ ଦିନଯାକ ୪.୯ ଘଣ୍ଟା ସ୍କ୍ରିନ ଉପରେ ବିତାଉଥିଲେ ଚଳିତବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ୫.୫ ଘଣ୍ଟା ବିତାଉଛନ୍ତି । ଅବଶ୍ୟ ଯେଉଁମାନେ ଡେକ୍ସରେ କାମ କରୁଛନ୍ତି ସେମାନେ ଲଗାତର ୧୦ ରୁ ୧୨ ଘଣ୍ଟା ସ୍କ୍ରିନ ସାମ୍ନାରେ ରହୁଛନ୍ତି । ଯାହାର ପ୍ରଭାବ ସ୍ୱାସ୍ଥ୍ର୍ୟ ଉପରେ ପଡୁଛି ।

ଏପର୍ୟ୍ୟନ୍ତ ସ୍କ୍ରିନର ସାଇଡ ଇଫେକ୍ଟ ବିଷୟରେ ଆପଣମାନେ ଶୁଣିଥିଲେ କି, ଅତ୍ୟକ ପ୍ରୟୋଗ ଦ୍ୱାରା ଆଖିରୁ ପାଣି ବାହାରିବା, ମୁଣ୍ଡ ବ୍ୟଥା, ବେକ ବ୍ୟଥା ଆଦି ସମସ୍ୟା ବଢିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ତ୍ୱଚା ପାଇଁ କେତେ ହାନିକାରକ । ବାସ୍ତବରେ ସ୍କ୍ରିନରୁ ବାହାରୁଥିବା ବ୍ଲୁ ଲାଇଟ ଯୋଗୁଁ ତ୍ୱଚାରେ ପିଗମେଣ୍ଟେସନ, ଏଜିଙ୍ଗ ଭଳି ଅନେକ ସସମ୍ୟା ବୃଦ୍ଧି ପାଇଥାଏ ।

ଜଣେ ଡାକ୍ତରଙ୍କ ମୁତାବକ, ବାସ୍ତବରେ ସ୍ମାର୍ଟଫୋନ, ଟ୍ୟାବଲେଟ, ଟିଭି, ଏଲସିଡି ସ୍କ୍ରିନ, ଏଲଇଡି ବଲ୍ୱ ଆଦିରୁ ବାହାରୁ ଥିବା ବ୍ଲୁ ଲାଇଟ ଅଥବା ହାଇ ଏନର୍ଜି ଭିଜିବୁଲ ଲାଇଟରେ ହାଇ ଫ୍ରିକ୍ୟୁନ୍ସି ଥାଏ । ଏହା ତ୍ୱଚାରେ ପିଗମେଣ୍ଟେସନ, ଟ୍ୟାନିଙ୍ଗ ଏବଂ ଏଜିଙ୍ଗର କାରଣ ପାଲଟିଥାଏ । କେବଳ ଏଥିକି ନୁହେଁ ସ୍ମାର୍ଟଫୋନରେ ବ୍ଲ୍ୟୁ ଲାଇଟର ଫ୍ରିକେନ୍ସି ଅଧିକ ଥାଏ । ଯାହାଦ୍ୱାରା ବଡି ସେଲ୍ସର ଫଟୋ ସେଂସିଟିଭିଟି ମଧ୍ୟ ବଢିଥାଏ ।