Odia News Portal

ବିବାହ କରିବାକୁ ମନ ବଳାଇଲେଣି ସୋନାକ୍ସି ସିହ୍ନା

ବର୍ତ୍ତମାନ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିହାଜର ଋତୁ ଆରମ୍ଭ ହୋଇଛି । କିଏ ବିବାହ କରୁଛି ତ କାହାର ନିର୍ବନ୍ଧ ହେଉଛି । ନିକଟରେ ରାଜକୁମାର ରାଓ-ପତ୍ରଲେଖା ଏବଂ ଆଦିତ୍ୟ -ଅନୁଷ୍କା ରଂଜନଙ୍କ ବିବାହ ପରେ ପ୍ରଶଂସକମାନେ ଚର୍ଚ୍ଚିତ ଯୋଡି ବିକି- କ୍ୟାଟ୍ରିନା ଏବଂ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ଦେଖିବାକୁ ଅପେକ୍ଷା କରିଛନ୍ତି। ପରେ ଶୁଣିବାକୁ ମିଳିଲା ତାରା ସୁତରିଆ ମଧ୍ୟ କୁଆଡେ ବିବାହରେ ବନ୍ଧି ହେବାକୁ ଯାଉଛନ୍ତି ।  ତେବେ, ଆଗାମୀ ବିବାହ ତାଲିକାରେ ବର୍ତ୍ତମାନ ଆଉ ଏକ ନାମକୁ ସାମିଲ୍‌ କରାଯିବା ନେଇ ଶୁଣିବକୁ ମିଳୁଛି ।
ବର୍ତ୍ତମାନ ଅନ୍ୟ ଏକ ବଡ ସେଲିବ୍ରିଟିଙ୍କ ବିବାହ ବିଷୟରେ ଖବର ଅଛି  ସେହି ସେଲିବ୍ରିଟି ବଲିଉଡର ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅଛନ୍ତି । ଖବର ଅନୁଯାୟୀ ସୋନାକ୍ଷୀ ସିହ୍ନା ମଧ୍ୟ ଖୁବ୍ ଶୀଘ୍ର ସେଲିବ୍ରିଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ବିବାହ କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦମ୍ପତି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ବଣ୍ଟି ସଲମାନ ଖାନଙ୍କ ମଧ୍ୟରେ ଏକ ସମ୍ପର୍କ ଅଛି । ସୋନାକ୍ଷୀ ସିହ୍ନାଙ୍କ ନାମ ୨୦୧୨ ଠାରୁ ଦୀର୍ଘ ବର୍ଷ ଧରି ବଣ୍ଟି ସାଜଦେହ ସହିତ ସମ୍ପର୍କରେ ତଥାପି, ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିନାହାଁନ୍ତି । ହେଲେ ଉଭୟେ ଅନେକ ସେଲିବ୍ରିଟି ପାର୍ଟୀରେ ଏକାଠି ନଜର ଆସିଛନ୍ତି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସୋନାକ୍ଷୀ ସିହ୍ନାଙ୍କ ପରିବାର ସଦସ୍ୟ ବଣ୍ଟିଙ୍କୁ ବହୁତ ଭଲ ପାଆନ୍ତି।