Odia News Portal

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ ନାଲି ଏବଂ ନାରଙ୍ଗୀ ରଙ୍ଗ କାହିଁକି ଦେଖାଯାଏ?

ଯେତେବେଳେ ଆକାଶ ସମ୍ପୂର୍ଣ୍ଣ ସଫା ହୋଇଥାଏ ସେତେବେଳେ ନୀଳ ରଙ୍ଗର ନଜର ଆସିଥାଏ। ସେହିଭଳି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ନାରଙ୍ଗୀ ଏବଂ ନାଲି ରଙ୍ଗର ଦେଖାଯାଇଥାଏ। ଏପରି କାହିଁକି ହୋଇଥାଏ?

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ କ୍ଷୀତିଜ ନିକଟବର୍ତ୍ତୀ ହୋଇଥାନ୍ତି। ସେହି ସମୟରେ ସୂର୍ଯ୍ୟଙ୍କ କିରଣ ଅଧିକ ଦୂର ପର୍ଯ୍ୟନ୍ତ ପଡିଥାଏ। ନୀଳ ଏବଂ ବାଇଗଣୀ ରଙ୍ଗ ତୁଳନାରେ ନାଲି ରଙ୍ଗ କମ ବ୍ୟାପିଥାଏ। ନୀଳ ଏବଂ ବାଇଗଣୀ ରଙ୍ଗ ବାୟୁମଣ୍ଡଳର କଣିକା ସହ ଧକ୍କା ହୋଇ ଉପରେ ବ୍ୟାପିଥାଏ କିନ୍ତୁ ସନ୍ଧ୍ୟା କିମ୍ବା ସକାଳ ସମୟରେ ଏହା ଅଧିକ ଦୂର ପର୍ଯ୍ୟନ୍ତ ବ୍ୟାପିଥିବାରୁ ଆମମାନଙ୍କ ଆଖିକୁ ଦେଖାଯାଇନଥାଏ। ସେହିଭଳି ନାଲି ରଙ୍ଗ ବିକାଶ କମ ହୋଇଥିବାରୁ ଏହା ଅଧିକ ଦୂର ପର୍ଯ୍ୟନ୍ତ ପହଞ୍ଚିପାରିନଥାଏ। ଏହି କାରଣରୁ ସକାଳ ଏବଂ ସନ୍ଧ୍ୟା ସମୟରେ କେବଳ ଆମକୁ ନାଲି ଏବଂ ନାରଙ୍ଗୀ ରଙ୍ଗ ନଜର ଆସିଥାଏ।