Odia News Portal

ଭୋଜନ ପରେ କାହିଁକି ଖିଆଯାଏ ମିଠା? ଜାଣନ୍ତୁ ସେ ବିଷୟରେ….

ଭୁବନେଶ୍ବର: କୁହାଯାଏ କି ଭୋଜନ ପରେ କିଛିଟା ମିଠା ଜିନିଷ ଖାଇବା ଉଚିତ୍ | ତେବେ କିନ୍ତୁ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆପଣ ମାନେ ସେ ବିଷୟରେ ଜାଣିଛନ୍ତି କି? |ତେବେ ଆସନ୍ତୁ ଜାଣିବା ଭୋଜନ ପରେ କାହିଁକି କିଛିଟା ମିଠା ଜିନିଷ ଖାଇବା ଦରକାର୍ ।

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ | ଭୋଜନର ଶେଷରେ ମିଠା ଖିଆଯାଇଥଏ |ଯାହା ଫଳରେ ଆମକୁ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ |

ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ | ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ ହୋଇଥାଏ | ଭୋଜନ ପରେ ଆମକୁ ଶୋଷ ହୋଇଥାଏ | ଆମେ ପାଣି ପିଇବାକୁ ଇଛା କରିଥାଉ | ତେବେ ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ | କାରଣ ଏହା ଆମର ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ | ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ |