Odia News Portal

ଆଜିଠୁ ବଦଳିବ ପାଗ


ବାତ୍ୟା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିଛି । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ଏହା ସହ ଆସନ୍ତା କାଲିଠୁ ପାଗରେ ପରିବର୍ତ୍ତନ ଆସିବ ଏବଂ ଶୀତ ଆରମ୍ଭ ହେବ ।

ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ । ଫଳରେ ଓଡିଶାରେ ଶୀତ ବଢିବ । ତେବେ ବାତ୍ୟା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯାଇଛି । ତୀବ୍ର ଅବପାତର ରୂପ ନେଇ ବାତ୍ୟା ଯେତିକି ଉପକୂଳ ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେଉଥିଲା । ହେଲେ ଏହା ପ୍ରଭାବରେ ଉପକୂଳ ଅଂଚଳରେ ଲଗାଣ ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ତେବେ ସମୟ ଗଡିବା ସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା ।