Odia News Portal

କୋଭିଡର ନୂତନ ପ୍ରଜାତି ଓମିକ୍ରିନ ମୁକାବିଲା ନେଇ ଭକ୍ଷରଚୁଆଲ ବୈଠକ କଲେ ଜିଲ୍ଲାପାଳ



ସମ୍ପ୍ରତି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡର ନୂତନ ପ୍ରକାର ମହାମାରୀ ଓମିକ୍ରିନର ମୁଖକ୍ଷବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭକ୍ଷର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା ଆର୍ତ୍ତବନ୍ଧୁ ନାୟକ, ସହକାରୀନିର୍ଦ୍ଦେଶକଜନସ୍ବାସ୍ଥ୍ୟ, ଉପଖଣ୍ଡ ଚିକତ୍ସା ଅଧିକାରୀମନେ,ଡ଼ିପିଏମ ,ସ୍ୱାସ୍ଥ୍ୟ ଅଧିକାରୀମାନେ, ପିଏଚଇଓ ଓ ବିପିଏମ ମନେ ଯୋଗଦାନ କରିଥିଲେ|
ନୂତନ ପ୍ରକାର କୋରନା ମୁଖକ୍ଷବିଲା ନିମନ୍ତେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲେ | ବର୍ତ୍ତମାନ ଦେଖାଦେଇଥିବା କୋଭିଡ଼ର ନୂତନ ପ୍ରଜାତି ପୂର୍ବ ଆପେକ୍ଷ ଅଧିକ ଗୁଣରେ ମାରାତ୍ମକ |ଏଥିନିମନ୍ତେ ସମସ୍ତ ଜନସାଧାରଣ ମାସ୍କ ଓ କୋଭିଡ ନିର୍ଦ୍ଦେଶକ୍ଷବଳୀ ଯଥା ହାତ ଧୋଇବା, ସମାଜିକ ଦୂରତା ବଜାୟ ରଖିବା ଆଦି କଡାକଡି ପାଳନ କରିବ ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ | କୋରନା ଟୀକା ୨ଟିଯାକ ଡୋଜ଼ ନେବା ଅତ୍ୟନ୍ତ ଆବଶ୍ୟକ | ପ୍ରଥମ ଡୋଜ଼ ଶତପ୍ରତିଶତ ଦେବା ଓ ଦ୍ଵତୀୟ ଡୋଜ଼ ପାଇଁ ସମୟ ହୋଇଥିଲେ ତୁରନ୍ତ ଦ୍ଵିତୀୟ ଡୋଜ଼ ଟୀକାକରଣ କରିବାକୁ ଜିଲ୍ଲାପାଳ କହିଥିଲେ | ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଆଶା ଅଙ୍ଗନୱକ୍ଷଡି ମାଧ୍ୟମରେ ଜନସଚେତନତା କରାଯିବ | ପୋଲିସ ବିଭାଗ ତରଫରୁ କଡାକଡି ଭାବରେ ଜଂଛ କରାଯିବକ୍ଷ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି |