Odia News Portal

ଆଜି କଟକ ଓ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ

BSKY ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମର ଲୋକାର୍ପଣ କରିବା ପାଇଁ ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ । ଏହାସହ ବିଶ୍ୱସ୍ତରୀୟ ଏସସିବି ଏମ୍ସ ପ୍ଲସର ଶୁଭାରମ୍ଭ କରିବେ । ୧ହଜାର ୫୬୮ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପୋଲିସ ବ୍ରିଫିଙ୍ଗ ଓ କାରକେଡ ରିହରର୍ସଲ କରାଯାଇଛି ।


ମୁଖ୍ୟମନ୍ତ୍ରୀଙ୍କ ଏହି ବେଠକ ପାଇଁ ୧୫ ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ସୂଚନା ମିଳିଛି । ଏହା ସହିତ ୧୦ ଏଡିସିପି ଏବଂ ଏସପି ପାହ୍ୟଅର ଅଫିସରଙ୍କ ସହିତ ୧୦୦ ପୁଲିସ ଅଫିସରଙ୍କୁ ନିୟୋଜିତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ହେଲକପ୍ଟରେ ଗସ୍ତକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଉପର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି। ଆଜି ଦିନ ପ୍ରାୟ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ହେଲପ୍ୟାଡ୍ରେ ଓହ୍ଲାଇବେ। ସେଠୁ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବେ। ୧୧ଟା ୧୭ରେ କାର୍ୟ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପୁଣି ଅସ୍ଥାୟୀ ହେଲପ୍ୟାଡ୍କୁ ଫେରିଯିବେ। ସେଠାରେ ହେଲିକପ୍ଟର୍ରେ ମୁଖ୍ୟମନ୍ତ୍ରୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି।


ଅନ୍ୟପଟେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମଧ୍ୟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ବି ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବେ ନବୀନ । ୧୨୬ଟି ପ୍ରକଳ୍ପର ଉଦଘାଟନ ଓ ୪୦୭ଟି ପ୍ରକଳ୍ପର ଶିଳାନ୍ୟାସ କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୧୧ଟା ୪୦ ମିନିଟରେ ହେଲିକପ୍ଟର ଯୋଗେ ବେଗୁନିଆ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଏସ୍ପିଙ୍କ ନେତୃତ୍ୱରେ ତିନି ଆଡିସିନାଲ ଏସ୍ପି, ସାତ ଡିଏସପି, ପନ୍ଦର ଇନ୍ସପେକ୍ଟରକଂ ସହିତ ୯ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।