Odia News Portal

କୋଭିଡ କଟକଣା ଭିତରେ ହେବ ମହାଶିବରାତ୍ରି

ଚଳିତବର୍ଷ ବି କୋଭିଡ କଟକଣା ଭିତରେ ପାଳନ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ତେବେ ଭକ୍ତଙ୍କ ମନ୍ଦିର ପ୍ରବେଶ ନେଇ ପରବର୍ତ୍ତୀ ଆଲୋଚନାରେ ନିଷ୍ପତ୍ତି ନିଆଯିବ । ଏବଂ ମହାଦୀପ ରାତି ୧୦ଟା ରେ ଉଠିବା ଲାଗି ସମୟ ଧାର୍ଯ୍ୟ ହୋଇଛି । ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହି ନିଷ୍ପତ୍ତି ହୋଇଛି ।