Odia News Portal

ଖାଉଟିଙ୍କୁ ମହଙ୍ଗା ମାଡ଼: ଏଲ୍‌ପିଜି ଦର ବୃଦ୍ଧି

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ | ତେଲ ଦର ବୃଦ୍ଧି ପରେ ଏବେ ଚିନ୍ତା ବଢ଼ାଇଛି ଏଲ୍‌ପିଜି ଦର ବୃଦ୍ଧି | ପେଟ୍ରୋଲ ଓ ଡିଜେଲ୍‌ ଦରରେ ଅହେତୁକ ବୃଦ୍ଧି ହୋଇଥିବା ସମୟରେ ସରକାରୀ ତେଲ କମ୍ପାନି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବା ଘୋଷଣା ହୋଇଥିଲା । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଓଡ଼ିଶାରେ ନୂଆ ଦର ପରେ ଏଲ୍‌ପିଜି ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି ।ତେବେ ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା ।