Odia News Portal

ଗାନ୍ଧୀ ଙ୍କୁ ଅସମ୍ମାନ,ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷ୍ୟଟ ବିଦ୍ୟାଳୟ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ କରିଛନ୍ତି ଅସମ୍ମାନ । ଏଠାରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଦୃବୁତ୍ତ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ, ଦୁଇ ବର୍ଷ ହେବ ଏହି ସ୍କୁଲକୁ ବନ୍ଦ କରାଯାଇ ମଧୁସୂଦନ ବାଳକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି । ଏହି ପରିସରରେ ଏବେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି । ଯାହା ଫଳରେ ଗ୍ରାମବାସୀ ଏହି ଘଟଣାକୁ ଗୁରୁତ୍ୱ ଦେଇନଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି ।