Odia News Portal

ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ: ୪୧ ଜଣକ ମୃତ୍ୟୁ

ଇଜିପ୍ଟର ଏକ ଚର୍ଚ୍ଚରେ ନିଆଁ ଲାଗିବା କାରଣରୁ ସେଠାରେ ଥିବା ୪୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ମିସ୍ରର ରାଜଧାନୀ କାହିରାର ଗୀଜାରେ ଘଟିଛି । ଚର୍ଚ୍ଚରେ ନିଆାଁ ଲାଗିବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଥିଲେ, ଯାହାପରେ ଲୋକମାନେ ଏଣେତେଣେ ଧାଇଁବାକୁ ଲାଗିଥିଲେ । ଫଳରେ ୪୧ ଜଣକ ମୃତ୍ୟୁ ହୋଇଥିଲା । ସୂଚନା ଅନୂଯାୟୀ, ଚର୍ଚ୍ଚରେ ପ୍ରାର୍ଥନା ପାଇଁ ୫୦୦୦ ଲୋକ ଏକାଠି ହୋଇଥିଲେ । ମୃତକଙ୍କ ମଧ୍ୟରେ ଛୋଟ ପିଲା, ଚର୍ଚ୍ଚର କର୍ମକର୍ତ୍ତା ଏବଂ ନାଗରିକ ରହିଛନ୍ତି । ଘଟଣାରେ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ଜଣାପଡ଼ିନାହିଁ । ନିଆଁ ଲାଗିବା ଯୋଗୁଁ ଚର୍ଚ୍ଚରେ ବଡ଼ କ୍ଷତି ହୋଇଛି ।

କୁହାଯାଉଛି ସର୍ଟ-ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ । ଚର୍ଚ୍ଚର କାନ୍ଥ ପୁରୁଣା ହୋଇଥିବାରୁ ନିଆଁ ଜଲଦି ବ୍ୟାପି ଯାଇଥିଲା । ନିଆଁ ଲାଗିବାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ସମସ୍ତେ ଏଣେତେଣେ ଧାଇଁବାକୁ ଲାଗିଥିଲେ । ଫଳରେ ଶ୍ୱାସରୁଦ୍ଧ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ରବିବାର ସକାଳେ ଘଟିଥିବା ନେଇ କୁହାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ନେଇ ଅନୁମାନ କରାଯାଉଛି । ପ୍ରକୃତରେ ଏହି ଚର୍ଚ୍ଚରେ ନର୍ସରୀ ମଧ୍ୟ ଚାଲୁଥିଲା । ସୂଚନା ମିଳିବା ପରେ ୧୫ ଦମକଳବାହିନୀ ସେଠରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଆହତ ଏବଂ ମୃତକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।