Odia News Portal

ଜିଲ୍ଳାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । BSKY କାର୍ଡ ବଣ୍ଟନ ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗଞ୍ଜାମବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ୨୨୦୦ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ୨୫ ଲକ୍ଷ ପରିବାର ଉପକୃତ ହେବେ ।

ଏଥିସହ ହିଞ୍ଜିଳିକାଟୁରେ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଲୋକାର୍ପିତ କରିବେ । ମୁଖ୍ୟମନ୍ତ୍ରୀ ମାଆ ତାରାତାରିଣୀଙ୍କ ଦର୍ଶନ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ୫ଞରେ ରୂପାନ୍ତରିତ ହୋଇଥିବା ହିଞ୍ଜିଳିକାଟୁର ବୃନ୍ଦାବନ ସରକାରୀ ବିଦ୍ୟାପୀଠ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଚିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।