Odia News Portal

ଦ୍ରାବିଡ଼-ରୋହିତଙ୍କ ପ୍ରଥମ ଭେଟି

ନୂଆଦିଲ୍ଲୀ: ଦ୍ରାବିଡ ରୋହିତଙ୍କ ପ୍ରଥମ ଭେଟି। ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ, ନୂଆ କୋଚଙ୍କ ପ୍ରଥମ ଭେଟି।
ପ୍ରଥମ ଟି-୨୦ରେ ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ । ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ରୋହିତ ବାହିନୀ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା।


୧୬୫ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ । ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ କେଏଲ ରାହୁଲ । ପରେ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ୪୮ ରନ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୬୨ ରନ୍ ବଳରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।

ତେବେ ଟସ୍ ଜିତି ଭାରତର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ପାୱାର ପ୍ଲେରେ କିୱି ଦଳର ଓପନିଂ ଯୋଡ଼ି ଭଲ ପାଟନରସିପ୍ କରିଥିଲେ ମଧ୍ୟ ଖେଳର ମଧ୍ୟଭାଗରେ ୱିକେଟ୍ ପତନ ଯୋଗୁ ରନ୍ ସ୍କୋରରେ ଧିମା ହୋଇଯାଇଥିଲା । ଯାହା ଫଳରେ ୨୦ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ସାମ୍ନାରେ ୧୬୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଏବଂ ଅଶ୍ୱିନୀ ୪ ଓଭର ବୋଲିଂ କରି ୨ଟି ଲେଖାଏଁ ଅକ୍ତିଆର କରିଥିଲେ।