Odia News Portal

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ କୁମାର ମିଶ୍ର । ଜରିମାନା ଅନାଦେୟ ହେଲେ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ଦିଆଯାଇଛି । ଏହି ଘଟଣା ୨୦୧୫ ମସିହା ଡିସେମ୍ବର ୧୪ ତାରିଖରେ ହରିଚନ୍ଦନପୁର ଥାନା ଖଡ଼ିବାହାଳି ଗ୍ରାମର ଦାସ ମାଝୀ କୌଣସି କାମରେ ଖେଦିଆମୁଣ୍ଡା ଗ୍ରାମକୁ ଯାଇଥିଲା ।

ତେବେ ଗାଁ ରାସ୍ତାରେ ଉକ୍ତ ଗ୍ରାମର ଜଣେ ୫ ବର୍ଷର ନାବାଳିକା ଏକୁଟିଆ ବୁଲୁଥିବା ଦେଖି ତାଙ୍କୁ ପାଖ ହୁଡ଼ି କୁ ଉଠାଇ ନେଇ ବଳାତ୍କାର କରିଥିଲା । ଏହି କେଶ୍‌ରେ ୧୫ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ବିଚାରପତି ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ । ସେହିପରି ପୀଡ଼ିତାକୁ ଦେଢ଼ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।