Odia News Portal

ପାକିସ୍ଥାନର ମେଡ ଇନ ଚାଇନା ଡ୍ରୋନକୁ ଜବତ କଲା ଭାରତ

ପାକ୍ର ଚାଲ୍ କୁ ଧରିଲା ଭାରତ। ପାକିସ୍ତାନ୍ ଡ୍ରୋନ୍କୁ ଖସାଇଲା ସୀମା ସୁରକ୍ଷା ବଳ ଅର୍ଥାତ୍ ବିଏସ୍ଏଫ୍। ଶୁକ୍ରବାର ରାତିରେ ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛି ଭାରତୀୟ ସେନା। ବିଏସ୍ଏଫ୍ ମୁତାବକ, ଏହି ଡ୍ରୋନ୍ ମେଡ୍ ଇନ୍ ଚାଇନା। ଅର୍ଥାତ୍ ଏହା ଚୀନ୍ ନିର୍ମିତ ଡ୍ରୋନ୍ ଯାହା ପାକିସ୍ତାନ ପଟରୁ ଭାରତକୁ ପଶୁଥିଲା। ଜଣେ ଅଧିକାରୀ କହିଛନ୍ତି, ଖବର ପାଇବା ପରେ ବିଏସ୍ଏଫ୍ର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ପୂରା ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଛନ୍ତି।
ବିଏସ୍ଏଫ୍ କହିଛି, ଅମରକୋଟ୍ ସୀମାରେ ମୁତୟନ ଥିବା ଏକ ଟିମ୍କୁ ରାତି ପାଖାପାଖି ୧୧ଟା ୧୦ ବେଳେ ଡ୍ରୋନ୍ ଶବ୍ଦ ଶୁଭିଥିଲା। କିଛି ସମୟ ପରେ ସେମାନଙ୍କୁ ଏକ ହେକ୍ସାକପ୍ଟର ଡ୍ରୋନ୍ କମ୍ ଉଚ୍ଚତାରେ ଉଡ଼ୁଥିବା ନଜର ଆସିଥିଲା। ଏହି ଡ୍ରୋନ୍ ଅନ୍ତର୍ଜାତୀୟ ସୀମାରୁ ପାଖାପାଖି ୩୦୦ ମିଟର ଦୂରତାରେ ଥିଲା। ବିଏସ୍ଏଫ୍ ଯବାନ ଏହାକୁ ଦେଖିବା ପରେ ଗୁଳି ମାରି ଖସାଇ ଦେଇଥିଲେ।
ବିଏସ୍ଏଫ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ୧୭ ଡିସେମ୍ବର ରାତି ପାଖାପାଖି ୧୧.୧୦ରେ ବର୍ଡର ଆଉଟ୍ ପୋଷ୍ଟରେ ମୁତୟନ ହୋଇଥିବା ଯବାନ ଅମରକୋଟରେ ଏକ ଡ୍ରୋନ୍ ବିଷୟରେ ଜାଣିବାକୁ ପାଇଥିଲେ। ସେମାନେ ଏହାକୁ ଗୁଳି ମାରି ତଳକୁ ଖସାଇ ଜବତ କରିଛନ୍ତି। ଜବତ ହୋଇଥିବା ଡ୍ରୋନ୍ରେ ମେଡ୍ ଇନ୍ ଚାଇନା ଲେଖାଯାଇଛି। ଏଣୁ ସନ୍ଦେହ କରାଯାଉଛି ଯେ ପାକିସ୍ତାନ ପକ୍ଷରୁ ଏହି ଡ୍ରୋନ୍କୁ ଭାରତର ସ୍ଥିତି ବିଷୟରେ ପତ୍ତା ଲଗାଇବାକୁ ପଠାଯାଇଥିଲା। କିନ୍ତୁ ପାକିସ୍ତାନର ଏହି ଯୋଜନାକୁ ଭାରତୀୟ ଯବାନ ପଣ୍ଡ କରି ଦେଇଛନ୍ତି।