Odia News Portal

ପ୍ରେମିକକୁ ଫସାଇବାକୁ ଯାଇ ଫସିଲା ଭାଇ

କୋରାପୁଟ:ଜୟପୁର ଚିଲିଗୁଡା ଗାଁରେ ଦୁଷ୍କର୍ମ ପରେ ହତ୍ୟା ନେଇ ମିଥ୍ୟା ଅଭିଯୋଗ ସାମ୍ମାକୁ ଆସିଛି । । ଯୁବତୀଙ୍କ ପ୍ରେମିକଙ୍କୁ ଫସାଇବାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ଯୁବତୀଙ୍କ ଭାଇ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ତଦନ୍ତ କରି ସତ ସାମ୍ନାକୁ ଆଣିଛି । ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନାନୁସାରେ ଚିଲିଗୁଡ଼ା ଗାଁର ଜଣେ ଯୁବତୀ ଜଙ୍ଗଲକୁ ନିଜ ପ୍ରେମିକଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ସେଠାରେ ଗ୍ରାମବାସୀମାନେ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗ୍ରାମବାସୀ ଓ ଯୁବତୀଙ୍କ ପରିବାର ଲୋକ ମିଶି ଉକ୍ତ ଘଟଣାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କରିଥିଲେ । ଯୁବତୀଙ୍କ ପ୍ରେମିକ ଉପରେ ଦୋଷ ଲଦିଥିଲେ । ଶେଷରେ ସତ ସାମ୍ନାକୁ ଆସିଛି ।