Odia News Portal

ବାପାକୁ ମାରିଦେଲା ନୃଶଂସ ପୁଅ

ଅନୁଗୋଳ: ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା ଓ ଗୁରୁତର ଜଣକ ହେଲେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ, ଦୁର୍ଗାପୁର ଗ୍ରାମର କୁଡାସାହିର ନାଥ ବେହେରା ଜଣେ ଗାଡି ଚାଳକ ବାହରେ କାମ କରନ୍ତି। ସେ ଗତକାଲି ଗ୍ରାମକୁ ଫେରିଥିଲେ। ସୋମବାର ସକାଳେ ପାରିବାରିକ ଘଟଣାକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନାଥ ବେହେରା ଏକ ଟାଙ୍ଗିଆରେ ବାପା ବଟକୃଷ୍ଣ ବେହେରାଙ୍କୁ ଆକ୍ରମଣ କରିଥିଲେ। ଏପରିକି ମା’ ରୁକ୍ମଣୀ ବେହେରା ପୁଅକୁ ବାରଣ କରିବାରୁ ଆକ୍ରୋଶର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବଟକୃଷ୍ଣଙ୍କର ମୃତ୍ୟୁ ହୋଇଥିବାବେଳେ ମା’ ରୁକ୍ମଣୀ ବେହେରା ଗୁରୁତର ଆହତ ହୋଇଥିଲେ। ବାପର ମୃତ୍ୟୁ ହୋଇଯିବା ଦେଖି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ସମ୍ପର୍କୀୟମାନେ ଆସି ୧୦୮ ଆମ୍ବୁଲାନସରେ ଗୁରୁତର ରୁକ୍ମଣୀଙ୍କୁ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲାମୁଖ୍ୟ ଚିକିତ୍ସାଳକୁ ପଠାଇ ଦେଇଥିଲେ। ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।