Odia News Portal

ଭିଜିଲାନ୍ସ ଜାଲରେ ବଇଞ୍ଚା ଆରଆଇ

ମୃତ୍ୟୁ କାଳୀନ ସହାୟତାର ରାଶି ବାବଦକୁ ଆର୍ ଆଇ ରିପୋର୍ଟ ଦେବାକୁ ନେଇଥାନ୍ତେ ୩୦ ହଜାର ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏଭଳି ଘଟଣା ଆଜି ବାଲେଶ୍ଵର ରେ ଦେଖିବାକୁ ମିଳିଥିଲା । ସଦର ବ୍ଲକ ପାଖରାବାଡ଼ ପଞ୍ଚାୟତ ର ନୀଶ୍ଚିନ୍ଦା ଗ୍ରାମର ଦୀନବନ୍ଧୁ ବେହେରାଙ୍କ ସାଢେ଼ ୩ ବର୍ଷ ର ପୁଅ ଦାଣ୍ଡରେ ଖେଳୁ ଥିବା ବେଳେ ପୋଖରୀ ରେ ବୁଡି ଗତ ୧୨/୪/୨୨ ରେ ମୃତ୍ୟୁ ଘଟିଥିଲା । ତେବେ ପୁଅର ମୃତ୍ୟୁ କାଳୀନ ସହାୟତା ରାଶି ପାଇଁ ଦୀନବନ୍ଧୁ ସ୍ଥାନୀୟ ବଇଞ୍ଚା ଆର୍ ଆଇଙ୍କ ନିକଟକୁ ଯାଇଥିଲେ । ବଇଞ୍ଚା ଆର୍ ଆଇ ଡଲି ସେଠୀ କଗଜ ପାତ୍ର ବାବଦକୁ। ଦୀନବନ୍ଧୁ ଙ୍କୁ ୩୦ ହଜାର ଟଙ୍କା ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମାଗିଥିଲେ । ପରେ ଦିନବନ୍ଧୁ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ।