Odia News Portal

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟରେ ଦଳିତ, କୃଷକ ଏବଂ ବେକାରଙ୍କ ପ୍ରତି ଅବହେଳା ଯୋଗୁଁ ସେ ଦଃଖିତ ହୋଇଛନ୍ତି। ପଛୁଆ ଏବଂ ଦଳିତଙ୍କ ସଂରକ୍ଷଣ ସହ ଖେଳୁଛନ୍ତି ଯୋଗୀ ଆଦିତ୍ୟନାଥ । ଏହା ମଧ୍ୟ ତାଙ୍କୁ ବହୁତ ଆଘାତ ଦେଇଛି ବୋଲି ସେ କହିଛନ୍ତି।ଗତକାଲି ଉତ୍ତର ପ୍ରଦେଶ ବିଜେପିରୁ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ସହ ଚାରି ଜଣ ବିଧାୟକ ମଧ୍ୟ ଦଳ ଛାଡ଼ିଥିଲେ ।
ସୁଚନା ମୁତାବକ ଚାର୍ଟାର୍ଡ ବିମାନ ଦ୍ୱାରା ଦାରା ସିଂଙ୍କୁ ତୁରନ୍ତ ଦିଲ୍ଲୀ ଡକାଯାଇଛି। ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଓ ଦାରା ସିଂ ଚୌହାନ ସମାଜବାଦୀ ପାର୍ଟିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଦାରା ସିଂ ବିଏସପି ଛାଡି ୨୦୧୭ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ସେ ମାଉର ମଧୁବନ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।