Odia News Portal

ସଡ଼କ ସୁରକ୍ଷା ଓ ପରିବେଶ କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ସଡ଼କ ସୁରକ୍ଷା ଏବଂ ପରିବେଶ ନେଇ ରାଜଧାନୀରେ ଆୟୋଜିତ ହୋଇଛି କର୍ମଶାଳା । ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ ପରିବହନ ବିଭାଗ ଏବଂ ସୋସାଇଟି ଅଫ ଅଟୋମୋଟିଭ ଫିଟନେସ ଆଣ୍ଡ ଏନଭାୟର୍ନମେଣ୍ଟ୍ – ସେଫ୍ ପକ୍ଷରୁ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ପରିବହନ ମନ୍ତ୍ରୀ ଟୁକୁନି ସାହୁ, ୫-ଟି ସଚିବ ଭି.କେ ପାଣ୍ଡିଆନ, ପରିବହନ ସଚିବ ବିଷ୍ଣୁପଦ ସେଠୀ, ପରିବହନ କମିଶନର ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି ।

ସଡ଼କ ସୁରକ୍ଷା ଏବଂ ପରିବେଶର ପ୍ରାଥମିକତା ସହ ସୁରକ୍ଷିତ ଯାତ୍ରା ଉପରେ ହୋଇଛି ଆଲୋଚନା । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କର୍ମଚାରୀଙ୍କ ସମେତ ବସ୍ ମାଲିକ, ଡ୍ରାଇଭର, ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ ଏବଂ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡରମାନେ ଯୋଗ ଏଥିରେ ଦେଇଛନ୍ତି।