Odia News Portal

ସ୍ମାର୍ଟ ହେଲଥ୍ କାର୍ଡ ସେବାରେ ଯୋଡି ହେବ ଆଉ ଦୁଇଟି ଜିଲ୍ଲା

BSKY ସ୍ମାର୍ଟ ହେଲ୍ଥ କାର୍ଡ ସେବାରେ ଯୋଡି ହେବ ଆଉ ୨ ଜିଲ୍ଲା। ନୟାଗଡ଼ ଓ ଜଗତସିଂହପୁର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ନୟାଗଡ଼ ପିଟିଏସ୍ ପଡିଆରେ ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଥିବାବେଳେ ପ୍ରତି ବ୍ଲକ ମୁଖ୍ୟାଳୟରେ କାର୍ୟ୍ୟକ୍ରମର ସିଧାପ୍ରସାରଣ ସହ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି।
ଜିଲ୍ଲାର ୭ଲକ୍ଷ ୭୦ହଜାରରୁ ଅଧିକ ହିତାଧିକାରୀ ଏହି କାର୍ଡର ସୁବିଧା ପାଇବେ। ଏହାସହ ନୟାଗଡ଼ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । କାର୍ୟ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ ବାଣିଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ରହିବେ।