Odia News Portal

୬ ଟି ରାଜ୍ୟରେ ୭ ବିଧାନସଭା ଆସନରେ ହେବ ଉପ-ନିର୍ବାଚନ

୬ ଟି ରାଜ୍ୟରେ ୭ ବିଧାନସଭା ଆସନରେ ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଏହି ନିର୍ବାଚନ ନଭେମ୍ୱର ୩ ହେବାକୁ ଥିବା ବେଳେ ନଭେମ୍ୱର ୬ ରେ ମତଗଣାନା ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର, ହରିଆଣା, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶାରେ ଗୋଟିଏ ଗୋଟିଏ ଆସନରେ ବିଧାନସଭା ଉପ-ନିର୍ବାଚନ ହେବାକୁ ଥିବା ବେଳେ ବିହାରରେ ଦୁଇଟି ଆସନରେ ବିଧାନସଭା ଉପ-ନିର୍ବାଚନ ହେବ। ମହାରାଷ୍ଟ୍ରର ପୂର୍ବ ଅନ୍ଧେରୀ, ବିହାରର ମୋକାମା ଓ ଗୋପାଳଗଞ୍ଜ, ହରିଆଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼େ, ୟୁପିର ଗୋଲା ଗୋକରାନାଥ ଓ ଓଡ଼ିଶାର ଧାମନଗର ବିଧାନସଭା ଆସନରେ ମତଦାନ ହେବ।